Odisha Link
Bridging the Missing Links in Odisha

କ୍ରିକେଟରୁ ସନ୍ନ୍ୟାସ ନେଲେ ଓ୍ବାସିମ ଜାଫର, କେବେ ଟିମ୍‌ ଇଣ୍ଡିଆ ପାଇଁ ଅପନିଙ୍ଗ କରୁଥିଲେ

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଲେ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଓ୍ବାସିମ୍‌ ଜାଫର। ଟିମ୍‌ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ଖେଳିଥିବା ମୁମ୍ବାଇର ଓ୍ବାସିମ ଜାଫର ୪୧ ବର୍ଷ ବୟସରେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏନେଇ ସେ ଆଜି ଘୋଷଣା କରିଛନ୍ତି।

୨୦୦୦ ମସିହାରେ ଇଣ୍ଡିଆନ୍‌ ଟିମରେ ଡେବ୍ୟୁ କରିଥିଲେ ଓ୍ବାସିମ୍‌ ଜାଫର। ସେ ଟିମ୍‌ ଇଣ୍ଡିଆ ପାଇଁ ୩୧ଟି ଟେଷ୍ଟ ମ୍ୟାଚ ଖେଳି ଗୋଟିଏ ଦ୍ବିଶତକ, ୫ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ବଳରେ ମୋଟ ୧୯୪୪ ରନ୍‌ କରିଥିଲେ। ୨୦୦୬ ମସିହାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ବିଶତକ ହାସଲ କରିବା ସହ କ୍ୟାରିୟର ଶ୍ରେଷ୍ଠ ୨୧୨ ରନ୍‌ ସଂଗ୍ରହ କରିଥିଲେ। ଓ୍ବାସିମ୍‌ ଟିମ୍‌ ଇଣ୍ଡିଆ ପାଇଁ ମାତ୍ର ୨ଟି ଦିନିକିଆ ଖେଳିଛନ୍ତି। ୨୦୦୮ ମସିହାରେ ଟିମ୍‌ ଇଣ୍ଡିଆ ପାଇଁ ଶେଷ ମ୍ୟାଚ ଖେଳିଥିବା ଓ୍ବାସିମ୍‌ ପରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଜାରି ରଖିଥିଲେ। ଓ୍ବାସିମ୍‌ ଜାଫର ନିଜର କ୍ରିକେଟ କ୍ୟାରିୟରେ ମୋଟ ୪୩୪ ମ୍ୟାଚ ଖେଳି ୭୨ଟି ଶତକ ଓ ୨୬,୨୧୩ ରନ୍‌ ସଂଗ୍ରହ କରିଥିଲେ।

ଏପରିକି ଓ୍ବାସିମ୍‌ଙ୍କ ନାମରେ ଅନେକ ରେକର୍ଡ ରହିଛି। ରଣଜୀ ଟ୍ରଫି ଇତିହାସରେ ୧୨୦୦୦ ରନ୍‌ କରିବାରେ ପ୍ରଥମ ବ୍ୟାଟସମ୍ୟାନ୍। ପ୍ରଥମ ଖେଳାଳି ଭାବେ ୧୫୦ ତମ ରଣଜୀ ମ୍ୟାଚ ଖେଳିବା ରେକର୍ଡ ଓ୍ବାସିମଙ୍କ ନାମରେ ରହିଛି।

Comments are closed.