Odisha Link
Bridging the Missing Links in Odisha

୨୯ ବୟସରେ ୬୫ ବୟସର ଚରିତ୍ରରେ ଅଭିନୟ କରିଥିଲେ ଏହି କଳାକାର

ମୁମ୍ବାଇ : ବଲିଉଡ ବରିଷ୍ଠ କଳାକାର ଅନୁପମ ଖେରଙ୍କର ଆଜି ଜନ୍ମ ଦିନ । ସେ ୬୫ ବର୍ଷରେ ପଦାର୍ପଣ କରିଛନ୍ତି । ସେ ତାଙ୍କ ଜନ୍ମ ଦିନ ନ୍ୟୁୟର୍କରେ ହଲିଉଡ୍‌ର ଭେଟେରାନ ଆକ୍ଟର ରୋବର୍ଟ ଡି ନିରୋଙ୍କ ସହ ପାଳନ କରିଛନ୍ତି । ଏହି ଦୁଇ କଳାକାର ୨୦୧୨ରେ ‘ସିଲଭର ଲନିଙ୍ଗନ୍ସ ପ୍ଲେବୁକ’ରେ ସ୍କ୍ରିନ୍‌ ଶେୟାର କରିଥିଲେ ।

https://www.instagram.com/p/B9a0D1SgAlf/

ତେବେ ସେ ନିରୋଙ୍କ ସହ ଜନ୍ମଦିନ ପାଳନ କରୁଥିବାର ଏକ ଭିଡିଓ ଅନୁପମ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓରେ ଏକ ମିନିଏଚର କେକ୍‌ରେ କ୍ୟାଣ୍ଡେଲ ଜଳୁଥିବା ବେଳେ ନିରୋ ବାର୍ଥଡେ ସଙ୍ଗ ଗାଇ ଅନୁପମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଏହାପରେ ଅନୁପମ ତାଙ୍କୁ ଧନ୍ୟବାଦ ଦେଇ କେକ୍‌ କାଟିବାକୁ ଯାଉଥିବା ଦେଖାଯାଇଛି ।

ଅନୁପମ ମାର୍ଚ୍ଚ୭ ,୧୯୫୫ ମସିହା ସିମଲା ଠାରେ ଜନ୍ମ ଗ୍ରହଣ କରିଛନ୍ତି । ସିନେମା ସାରନଶ ଦ୍ବାରା ୧୯୮୪ ମସିହାରେ ସେ ବଲିଉଡରେ ଡେମ୍ବୁ କରିଥିଲେ । ଅନୁପମ ୨୯ ବୟସରେ ୬୫ବର୍ଷର ଚରିତ୍ରରେ ଅଭିନୟ କରିଥିଲେ ।

Comments are closed.