Odisha Link
Bridging the Missing Links in Odisha

୧୭୮୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ୧୭୮୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ନିଯୁକ୍ତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ାଇବେ। ଏହି ଅବସରରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରିଥିଲେ।

ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମାର୍ଚ୍ଚ ୧୮ ତାରିଖ ପୂର୍ବରୁ ଚାକିରିରେ ଯୋଗଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ବିଦ୍ୟାଳୟରେ ଥିବା ଶିକ୍ଷକ ସମସ୍ୟା ଏହା ଦ୍ୱାରା ସମାଧାନ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ।

ଅଗ୍ରାଧିକାର ଭିତ୍ତିରେ ସମ୍ବନ୍ଧିତ ଜିଲ୍ଲାଗୁଡ଼ିକରେ ଖାଲି ପଡ଼ିଥିବା ପଦବୀକୁ ପ୍ରଥମେ ପୂରଣ କରାଯିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଶ୍ରୀ ଦାଶ କହିଛନ୍ତି କି ଆଶା କରୁଛି ଯେ, ରାଜ୍ୟର ବିକାଶ ପାଇଁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା ଦେଇ ଗଢ଼ିବେ।

Comments are closed.