Odisha Link
Bridging the Missing Links in Odisha

ଉତ୍ତର ପ୍ରଦେଶ ହିଂସା: ଅଭିଯୁକ୍ତଙ୍କ ପୋଷ୍ଟର ହଟାଇବାକୁ ସରକାରଙ୍କୁ ହାଇକୋର୍ଟର ନିର୍ଦ୍ଦେଶ

ପ୍ରୟାଗରାଜ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶରେ ହିଂସା ହୋଇଥିଲା। କିଛିିଦିନ ତଳେ ଏହି ହିଂସା ମାମଲାର ଅଭୁଯୁକ୍ତଙ୍କ ପୋଷ୍ଟର ଲଗାଇଥିଲା ପ୍ରଶାସନ। ହେଲେ ଆଜି ହିଂସା ମାମଲାର ଅଭିଯୁକ୍ତଙ୍କ ପୋଷ୍ଟର ହଟାଇବା ପାଇଁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ହାଇକୋର୍ଟ। ଲକ୍ଷ୍ନୌ ଜିଲ୍ଲାପାଳ ଏବଂ ପ୍ରଶାସନକୁ ସମସ୍ତ ପୋଷ୍ଟର ଓ ହୋର୍ଡିଂ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ମାମଲାରେ ମାର୍ଚ୍ଚ ୧୬ ସୁଧା ରିପୋର୍ଟ ଦେବାକୁ ସରକାରଙ୍କୁ କହିଛନ୍ତି ଆହ୍ଲାବାଦ ହାଇକୋର୍ଟ। ୧୬ ମାର୍ଚ୍ଚରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସରକାରଙ୍କ ତରଫରୁ ପକ୍ଷ ରଖିଥିଲେ ଆଡଭୋକେଟ ଜେନେରାଲ ରାଘବେନ୍ଦ୍ର ପ୍ରତାପ ସିଂହ। ସେ କହିଥିଲେ ଲକ୍ଷ୍ମୌ ହିଂସା ମାମଲାର ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇଛନ୍ତି। ଆଗକୁ ଏମାନେ ହିଂସା ଘଟଣାରେ ସାମିଲ୍ ହେବା ପୂର୍ବରୁ ଭାବିବେ ବୋଲି ଏଜି କହିଥିଲେ। ହେଲେ କୋର୍ଟ ଏହି ମାମଲାରେ ଅସନ୍ତୋଷ ପ୍ରକାଶ କରିଥିଲେ।

ଲକ୍ଷ୍ମୌ ହିଂସା ମାମଲାରେ କୋର୍ଟ ରବିବାର ଶୁଣାଣି କରିଥିଲେ। ଛୁଟିଦିନ ହୋଇଥିଲେ ମଧ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଗୋବିନ୍ଦ ମାଥୁର ଏବଂ ଜଷ୍ଟିସ୍ ରାକେଶ ସିହ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଏଭଳି ପୋଷ୍ଟର ଲଗାଇବା ଜଣେ ବ୍ୟକ୍ତିକୁ କ୍ଷତି ପହଞ୍ଚାଉଛି ବୋଲି କୋର୍ଟ କହିଥିଲେ। ତେବେ ସରକାର ଆଗାମୀ ଦିନରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯାଇପାରନ୍ତି। ଲକ୍ଷ୍ମୌ ହିଂସା ମାମଲାରେ ୨୮ ଜଣ ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇଛନ୍ତି ଯୋଗୀ ସରକାର।

Comments are closed.