Odisha Link
Bridging the Missing Links in Odisha

କଙ୍ଗନାଙ୍କୁ ଫୋନ୍‌ରେ କ୍ଷମା ମାଗିଲେ ଅହମ୍ମଦ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଅନେକ ହିଟ୍ ସିନେମାରେ କାମ କରିସାରିଛନ୍ତି । ତାଙ୍କ ଅଭିନୀତ ସିନେମା ‘ମଣିକର୍ଣ୍ଣିକା’ ହିଟ୍ ହେବା ସହ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥିଲା । ହେଲେ ଏହି ସିନେମା କୁ ନେଇ ବଲିଉଡ୍‌ ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ ନିଜ ମନ୍ତବ୍ୟ ଦେଇଥିଲେ ।

ସେ ସାକ୍ଷାତକାରରେ ମହିଳା କୈନ୍ଦ୍ରିକ ସିନେମା ଉପରେ ନିଜର ମତାମତ ଦେବା ବେଳେ ‘ମଣିକର୍ଣ୍ଣିକା’କୁ ଉଦାହରଣ ଭାବେ ନେଇ କହିଥିଲେ ଯେ ଏହାକୁ ତିଆରି କରିବାରେ ଓ ଏହାକୁ ହିଟ୍‌ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ହେଲେ ଶେଷରେ ଅତ୍ୟଧିକ ନିବେଶ ଯୋଗୁ ନିର୍ମାତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ସେ ଆହୁରି କହିଥିଲେ ଯେ କଙ୍ଗନାଙ୍କ ସିନେମା ‘ଧାକଡ଼’ର ଟିଜର୍ ବେଶ୍ ଭଲ ଲାଗୁଥିଲା। ହେଲେ ଶେଷରେ ଏହି ସିନେମାକୁ ବନ୍ଦ କରିଦିଆଗଲା।

ଅହମ୍ମଦଙ୍କ ଏଭଳି ମନ୍ତବ୍ୟ ଶୁଣି କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ବହୁତ ରାଗିଗଲେ ଓ ସେ ଟ୍ୱିଟର୍‌ରେ ଏହାର ଜବାବ୍‌ ଦେଇ ଲେଖିଥିଲେ, “ଖାନ୍‌ ଭାଇ ସାହାବ ଆପଣ ୧୫୫ କୋଟି ଆୟ କରିଥିବା ସିନେମାକୁ ଫ୍ଲପ୍‌ କେମିତି କହୁଛନ୍ତି? ‘ବାଗୀ ୩’ ୱିକେଣ୍ଡରେ ୪୯ କୋଟି ଆୟ କରିଛି ।

https://twitter.com/Rangoli_A/status/1237660153152851969

‘ମଣିକର୍ଣ୍ଣିକା’ ୪୫ କୋଟି ଆୟ କରିଥିଲା, ଯାହା କି ଆପଣଙ୍କଠୁ ଏତେ ପଛରେ ନାହିଁ।” ଏଥିସହ ସେ ‘ବାଗୀ ୩’ର ଆୟକୁ ଭାରତରେ ୧୦୨ କୋଟି ଟଙ୍କା କରି ଦେଖାଇବାକୁ ଅହମ୍ମଦଙ୍କୁ ଚ୍ୟାଲେଞ୍ଜ କରିଥିଲେ।

https://twitter.com/Rangoli_A/status/1237679535581097986

ଏହାପରେ ସେ ଆଉ ଏକ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ଯେ କଙ୍ଗନାଙ୍କୁ ଫୋନ୍‌ କରି ଅହମ୍ମଦ କ୍ଷମା ମାଗିଛନ୍ତି। କଙ୍ଗନା ତାଙ୍କୁ ଫୋନ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି । ଅନ୍ୟପଟେ କ୍ଷମା ପ୍ରାର୍ଥନା ସତ୍ତ୍ୱେ କଙ୍ଗନାଙ୍କ ଆଗାମୀ ସିନେମା ‘ଧାକଡ଼’କୁ ନେଇ କରିଥିବା ଟିପଣୀ ପାଇଁ ଏହାର ନିର୍ମାତା ଏକ ଲିଗାଲ୍‌ ନୋଟିସ୍‌ ଜାରି କରିଛନ୍ତି ଓ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଚଳିତବର୍ଷ ଜୁନ୍‌ରେ ‘ଧାକାଡ଼’ର କାମ ଆରମ୍ଭ ହେବ ।

ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ମ୍ୟାନେଜର ତଥା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ୍‌ । ଅନେକ ସମୟରେ କୌଣସି ପ୍ରସଙ୍ଗରେ କଙ୍ଗନାଙ୍କ ଉପରକୁ କେହି ଆଙ୍ଗୁଳି ଉଠାଇଲେ ସେ କଡ଼ା ଜବାବ ଦେବାକୁ ଆଦୌ ପଛାନ୍ତି ନାହିଁ ।

Comments are closed.