Odisha Link
Bridging the Missing Links in Odisha

ସୁରକ୍ଷିତ ରହିଛି ଶ୍ରୀମନ୍ଦିର ଟଙ୍କା, କେନ୍ଦ୍ର ଦେଲା ଆଶ୍ବସ୍ତି ବାଣୀ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସୁରକ୍ଷିତ ରହିଛି ଜଗନ୍ନାଥ ମନ୍ଦିର ଟଙ୍କା। ୟେଶ ବ୍ୟାଙ୍କରେ ଥିବା ଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ସୁରକ୍ଷିତ ରହିଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।।

ଏହି ପ୍ରସଙ୍ଗକୁ ନେଇ କିଛି ଦିନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଦାବିପତ୍ର ଦେଇଥିଲେ ବିଜେଡି ସାଂସଦ। ଏଥିସହ ରାଜ୍ୟ ଅର୍ଥମନ୍ତ୍ରୀ ମଧ୍ୟ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଏକ ଚିଠି ଲେଖିଥିଲେ। ଏହାପରେ ବିଜେଡି ସାଂସଦଙ୍କୁ ନିର୍ମଳା ଆଶ୍ବସ୍ତି ବାଣୀ ଶୁଣାଇଛନ୍ତି।

ଅପରପକ୍ଷେ ଆଜି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ ନିର୍ମଳାଙ୍କୁ ଭେଟିଛନ୍ତି। ଵିଶେଷ କରି ବିଭିନ୍ନ ସହରାଞ୍ଚଳ ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ପ୍ରାୟତଃ ୭୦୦ କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡିଛି। ତୁରନ୍ତ ତାହା ପ୍ରଦାନ ପାଇଁ ଏକ ଦାବିପତ୍ର ଦେଇଛନ୍ତି।

Comments are closed.