Odisha Link
Bridging the Missing Links in Odisha

ସିନ୍ଧିଆଙ୍କ ପରେ ପାଇଲଟ୍‌ କଂଗ୍ରେସ ଛାଡ଼ିବେ: ରଣଜିତ ସିଂହ ଚୌଟାଲା

ସିରସା: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ସାମିଲ ପରେ ଜମୁଛି ରାଜନୈତିକ ସମୀକରଣ। କାରଣ ଏବେ ଚର୍ଚ୍ଚାରେ ରାଜସ୍ଥାନର କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ମଧ୍ୟ ଦଳରୁ ଇସ୍ତଫା ଦେଇପାରନ୍ତି। ଏଭଳି ସମୟରେ ଏକଥା ଉଠିଛି ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହାପରେ ମଧ୍ୟପ୍ରଦେଶ ଧାରାରେ ରାଜସ୍ଥାନରେ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ଦେଖି ବୋଲି କହିଛନ୍ତି ବିଜେପି ନେତା ରଣଜିତ ସିଂହ ଚୌଟାଲା।

ହରିୟାଣାର ବିଦ୍ୟୁତ୍ ଓ ଜେଲ୍ ବିଭାଗର ମନ୍ତ୍ରୀ ରଣଜିତ ସିଂହ ଚୌଟାଲା କହିଛନ୍ତି ଯେ, ଏବେ କଂଗ୍ରେସରେ କିଛି ନାହିଁ। ସବୁ ନେତା ଦଳ ଛାଡ଼ୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜ୍ୟୋତିରାଦିତ୍ୟଙ୍କ ପରେ ସଚିନ ପାଇଲଟ୍ ବି କଂଗ୍ରେସକୁ ଅଲବିଦା କରିବେ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ରଣଜିତ ସିଂହ ଚୌଟାଲା କହିଛନ୍ତି ଯେ କଂଗ୍ରେସ ଏବେ ଜିରୋ ହୋଇଯାଇଛି। ଏଭଳି ସ୍ଥିତିରେ କିଏ ବା ସେହି ଦଳରେ ରହିବ। ସଚିନ ପାଇଲଟ୍ ଏବେ ବି ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ । ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯିବା ସଚିନଙ୍କୁ ଆଘାତ ଦେଇଥିଲା।

ସୂଚନାଯୋଗ୍ୟ, ରଣଜିତ ସିଂହ ଚୌଟାଲା ରାନିୟାଁ ଆସନରୁ ଗତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ନଥିଲା। ଏହାପରେ ସେ ଦଳ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇଥିଲେ। ସେ ବିଜେପି ସରକାରକୁ ସମର୍ଥନ ଦେବା ନେଇ ପ୍ରଥମେ ଘୋଷଣା କରିଥିଲେ। ଏହାର ପୁରସ୍କାରସୂରୂପ ତାଙ୍କୁ ମନୋହରଲାଲ ଖଟ୍ଟର ସରକାରରେ ମନ୍ତ୍ରୀ କରାଯାଇଥିଲା

Comments are closed.