Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ବୈଠକ; ମୂଲ୍ୟବାନ ରତ୍ନ ଗଣତି ନେଇ ଆଲୋଚନା ଜାରି

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଗଠିତ ହୋଇଥିବା ୧୨ ଜଣିଆ କମିଟିର ଦ୍ୱିତୀୟ ବୈଠକ ଆୟୋଜିତ ହୋଇଛି। ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ କାର୍ଯ୍ୟ ଉପରେ ଆଲୋଚନା କରିବା ଆରମ୍ଭ ହୋଇଥିବାବେଳେ ବିଭିନ୍ନ ସମ୍ପର୍କରେ ଆଲୋଚନା କରାଯାଇଛି।

ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ସ୍ୱତନ୍ତ୍ର କମିଟି ସହ ବୈଠକ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୧୨ ଜଣିଆ କମିଟିର ଏହା ଦ୍ୱିତୀୟ ବୈଠକ ହୋଇ ଥିବା ବେଳେ, ରତ୍ନ ଭଣ୍ଡାରର ସ୍ଥିତି ଓ ଏହାର ମରାମତି ନେଇ ସମୀକ୍ଷା କରାଯାଇଛି। ଏଥିରେ ଥିବା ମୂଲ୍ୟବାନ ରତ୍ନ ଗଣତି ନେଇ ମଧ୍ୟ ଆଲୋଚନା ହୋଇଛି। ତେବେ ଆଗାମୀ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାରର ମରାମତି ଓ ଗଣତି ନେଇ ଏକ ପ୍ରକାର ଯୋଜନା ରହିଥିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.