Odisha Link
Bridging the Missing Links in Odisha

ଦବିଲା ସୁକତେଲ ବ୍ରିଜ୍

ବଲାଙ୍ଗିର: ଦବିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ। ବ୍ରିଜ ନିର୍ମାଣକୁ ୫ ବର୍ଷ ପୁରି ନଥିବା ବେଳେ ଏହା ଦବି ଯାଇଛି। ୨୦୧୫ ମସିହାରେ ସୁକତେଲ ନଦୀ ଉପରେ ଏହି ବିଜ୍ରଟି ନିର୍ମାଣ କରାଯାଇଥିଲା। ନିମ୍ନମାନର କାମ ଯୋଗୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି।

ତମିଆ, ଫଟାମୁଣ୍ଡା, ଭରତବାହାଲ ସହିତ ରେଙ୍ଗାଲି ପଞ୍ଚାୟତର ୬ ଟି ଗାଁର ଲୋକେ ସୁକତେଲ ପୋଲ ଉପରେ ନିର୍ଭର କରିଥାନ୍ତି। ବ୍ରିଜ ଦବି ଯାଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯିବା ଆସିବା କରୁନାହାନ୍ତି।

Comments are closed.