Odisha Link
Bridging the Missing Links in Odisha

ଗୋପନରେ ବିବାହ କଲେ ଅଭିନେତ୍ରୀ ଝିଲିକ ଓ ବିଧାୟକ ପ୍ରୀତିରଞ୍ଜନ

ଯାଜପୁର: ଗୋପନରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ଝିଲିକ ଓ ବିଜେଡିର ଯୁବ ନେତା ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବେଶ୍‌ କିଛିଦିନ ପୂର୍ବରୁ ପ୍ରୀତିରଞ୍ଜନ ଓରଫ ଡାନିଙ୍କୁ ବଙ୍ଗୀୟ ସୁନ୍ଦରୀ ତଥା ନାୟିକା ଝିଲିକ୍ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଭାଇରାଲ୍ ଫଟୋ ଓ ଭିଡିଓ ଏହି ଚର୍ଚ୍ଚାକୁ ସତ୍ୟତାରେ ପରିଣତ କରିଛି। କୌଣସି ଗୋପନ ସ୍ଥାନରେ ଏହି ବିବାହ ସମ୍ପନ୍ନ ହୋଇଥିବା ଅନୁମାନ କରାଯାଉଛି। ଏପଟେ ଏନେଇ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.