Odisha Link
Bridging the Missing Links in Odisha

କାଲିଠୁ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ

ଧର୍ମଶାଳା: ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଏଥିପାଇଁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ଜୋରଦାର ଅଭ୍ୟାସ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଠାରୁ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ପରାସ୍ତ ହୋଇଥିବା ବିରାଟ ବାହୀନ ଆସନ୍ତାକାଲି ପୁଣିଥରେ ୱିନିଂ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷେ କ୍ୱିଣ୍ଟନ ଡି’କକଙ୍କ ଦଳ ଅଷ୍ଟ୍ରେଲିଆକୁ ୩-୦ରେ ହରାଇ ଭାରତ ବିପକ୍ଷରେ ଖେଳିବାକୁ ଆସିଛି। ଗୁରୁବାର ଅପରାହ୍ଣ ୧.୩୦ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବ। ଏହି ସିରିଜ ବେଶ୍‌ ରୋମାଞ୍ଚକର ହେବ ବୋଲି ଖେଳ ପ୍ରେମୀ ଆଶା ରଖିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ ଓ ଭୁବନେଶ୍ୱର କୁମାର ନଥିଲେ। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଏହି ୩ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ତେଣୁ ଦଳକୁ ଏହା ଅଧିକ ଶକ୍ତିଶାଳୀ କରିଛି। ପାଣ୍ଡ୍ୟା ଶେଷ ଥର ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ତେଣୁ ସେ କେମିତି କମବ୍ୟାକ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିବ। ମ୍ୟାଚ୍‌ ପାଇଁ ପାଣ୍ଡ୍ୟା ବେଶ ଉତ୍ସାହିତ ଓ ସେ ଝାଳ ବୁହା ପରିଶ୍ରମ ମଧ୍ୟ କରିଛନ୍ତି।

ସେହିପରି ଶିଖର ଧଓ୍ବନ ଓ ଭୁବନେଶ୍ବର କୁମାରଙ୍କ ଉପରେ ସମସ୍ତଙ୍କ ନଜର ରହିବ।

Comments are closed.