Odisha Link
Bridging the Missing Links in Odisha

ସିନ୍ଧିଆ ବିଜେପିରେ ମିଶିଲା ପରେ ରାହୁଲ କହିଲେ ଏହି କଥା, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେଲେ। ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପୂର୍ବରୁ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ରାହୁଲଙ୍କୁ ପଚାରିଥିଲେ। ଜବାବରେ ରାହୁଲ କହିଥିଲେ, ସେ ଏକମାତ୍ର ବ୍ୟକ୍ତି ଥିଲେ, ଯିଏକି ତାଙ୍କ ଘରକୁ ଯେତେବେଳ ଚାହିଁଥିଲେ ଆସିପାରିଥାନ୍ତେ।

ସୂଚନାଯୋାଗ୍ୟ, ତ୍ରିପୁରା ରାଜପରିବାରର ବ୍ୟକ୍ତି ତଥା ସିନ୍ଧିଆଙ୍କ ସମ୍ପର୍କୀୟ ପ୍ରଦ୍ୟୋତ ମଣିକ୍ୟ ଦେବର୍ମା ଗତକାଲି ତାଙ୍କ ଫେସବୁକ ପୋଷ୍ଟରେ ଲେଖିଥିଲେ‘ବିଳମ୍ୱିତ ରାତ୍ରିରେ ସିନ୍ଧିଆଙ୍କ ସହ ଫୋନରେ କଥା ହୋଇଥିଲି। ସେ କହିଲେ ରାହୁଲଙ୍କ ସହ କଥା ହେବା ପାଇଁ ଅନେକ ଚେଷ୍ଟା କରିଥିଲି, ହେଲେ ତାଙ୍କ ଆଡ଼ୁ କୌଣସି ଉତ୍ତର ଆସିଲାନି’। ମଣିକ୍ୟ ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା। ଯିଏକି ନିକଟରେ ଦଳରୁ ଇସ୍ତଫା ଦେଇଛନ୍ତି।

Comments are closed.