Odisha Link
Bridging the Missing Links in Odisha

କରୋନା କବଳରେ ହଲିଉଡ୍ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ

ଅଷ୍ଟ୍ରେଲିଆ : ଚୀନ୍‌ର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ର ଦିନକୁ ଦିନ ସାରା ବିଶ୍ବରେ ବ୍ୟାପି ସାରିଲାଣି । ତଥା ଇଟାଲୀ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ସମେତ ଭାରତରେ ମଧ୍ୟ ପ୍ରବେଶ କରିସାରିଲାଣି।

କରୋନା ଯୋଗୁ ଇଟାଲୀରେ ୬୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସମୟରେ ଭାରତରେ ମଧ୍ୟ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ହଲିଉଡ୍‌ ଷ୍ଟାର ଟମ୍‌ ହାଙ୍କସ୍‌ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରୀତା ଓ୍ଵିଲସନ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି ।

ସେ ଏହାକୁ ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି । ସେମାନେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି । ଅଷ୍ଟ୍ରେଲିଆକୁ ଆସିବା ପରେ ଏହି ୬୩ ବର୍ଷୀୟ ଅଭିନେତାଙ୍କୁ ପ୍ରଥମେ ଜ୍ୱର ହୋଇଥିଲା। ପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଜ୍ୱର ହୋଇଥିଲା। ଚିକିତ୍ସା କରିବାରୁ ଉଭୟଙ୍କ ରିପୋର୍ଟ କରୋନା ପଜିଟିଭ୍‌ ବୋଲି ଆସିଥିଲା। ଏବେ ଉଭୟଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି।

ଟ୍ଵିଟ୍‌ କରି ଟମ୍‌ ଲେଖିଛନ୍ତି ଯେ , ଆମେ ଖୁବ୍‌ ହାଲିଆ ଅନୁଭବ କରିବା ସହ ଶରୀରରେ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଯାଇଥିଲା। ଏଥିସହ ଦେହହାତ ପ୍ରବଳ ବିନ୍ଧା ହେଲା। ଏଣୁ ପରୀକ୍ଷା କରିବାରୁ ଆମକୁ କରୋନା ଥିବା ଜଣାପଡ଼ିଥିଲା। ଏହି ଟ୍ଵିଟ୍‌ ସହ ଏକ ସର୍ଜିକାଲ ଗ୍ଲୋଭସ୍‌ର ଫଟୋ ମଧ୍ୟ ସେୟାର କରିଛନ୍ତି।

Comments are closed.