Odisha Link
Bridging the Missing Links in Odisha

ଏମ୍ସକୁ ଏକ କୋଟି ଟଙ୍କାର ଯନ୍ତ୍ରାଂଶ ଦେବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି ସ୍ୱାକ୍ଷର ହୋଇଛି। ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଂଶସ୍ୱରୂପ ଏ.ଏ.ଆଇ. କୋଟିଏ ଟଙ୍କାର ଯନ୍ତ୍ରାଂଶ ଯୋଗାଇଦେବ।

ଚୁକ୍ତି ଅନୁସାରେ ଏମ୍ସକୁ ଏୟାରପୋର୍ଟ ଅଥରିଟି ୬ଟି ଆଇ.ସି.ୟୁ ଭେଣ୍ଟିଲେଟର, ୨ପୋର୍ଟେବଲ ଭେଣ୍ଟିଲେଟର, ୨ ଡେଫିବ୍ରିଲେଟର ପ୍ରଦାନ କରିବ। ମେଡିକାଲ୍ ଭିତ୍ତିଭୂମି ବିସ୍ତାର କରିବାରେ ଏମ୍ସ ନିର୍ଦ୍ଦେଶକ ଏବଂ ମେଡିକାଲ୍ ଅଧୀକ୍ଷକ ଅତ୍ୟନ୍ତ ସକ୍ରିୟ ଥିବାବେଳେ, ସି. ଏସ୍. ଆର୍. ଅଧୀନରେ ଏହିପରି ସୁବିଧା ବିସ୍ତାର କରିବା ପାଇଁ ବିମାନ ବନ୍ଦର କତ୍ତୃପକ୍ଷ ସର୍ବଦା ଆଗରେ ରହିଥାନ୍ତି।

Comments are closed.