Odisha Link
Bridging the Missing Links in Odisha

ୟେସ୍‌ ବ୍ୟାଙ୍କ ପାଇଁ କରୋନା ବାହାନା : ପ୍ରଦୀପ୍ତ ନାଏକ

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନକୁ ମୁଲତବୀ କରିଦିଆଯାଇଛି। ଆସନ୍ତା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି । ଏଥିସହ ବଜେଟ ଅଧିବେଶନ ଏପ୍ରିଲ ୯ ଯଏଁ ଚାଲିବାକୁ ଧାର୍ଯ୍ୟ କରାଯାଇଛି। ତେବେ ବିଧାନସଭା ମୁଲତବୀକୁ ନାପସନ୍ଦ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
ସେ କହିଛନ୍ତି ଯେ, ବିଧାନସଭା ମୁଲତବୀ ହେବା ଫଳରେ ଜନସାଧାରଣଙ୍କ ଆଶା ଓ ଭରସାକୁ ବଳି ଦିଆଯାଇଛି। ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା ନକରି ବଜେଟ ପାସ ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ଏପରିକି କରୋନା ସକରାରଙ୍କୁ ଫାଇଦା ଦେଇଛି ନା ଆକ୍ରାନ୍ତ କରିଛି ସେନେଇ ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି। କରୋନା ଆଳରେ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦିବସକୁ ବଳି ଦିଆଯାଇଛି। ୟେସ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା ହୋଇଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ।

Comments are closed.