Odisha Link
Bridging the Missing Links in Odisha

ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର କଲେ ଟ୍ରମ୍ପ୍, କହିଲେ ଏହି କଥା

ୱାଂଶିଟନ୍: ସାରା ବିଶ୍ବ କରୋନା ଭାଇରସକୁ ନେଇ ଆତଙ୍କିତ। କରୋନା ଭାଇରସର ଆତଙ୍କ ସାରା ବିଶ୍ବକୁ ଏଭଳି ବ୍ୟାପିଛି ଯେ ସାରା ବିଶ୍ବ ଭାରତୀୟ ସଂସ୍କୃତିକୁ ଆପଣାଉଛନ୍ତି। ଏବେ କରମର୍ଦ୍ଦନ ନକରି ନମସ୍କାର କରୁଛି ସମ୍ପୁର୍ଣ୍ଣ ବିଶ୍ୱ।

ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର ଜଣାଇ ସ୍ୱାଗତ କରିଥିବାର ଦୃଶ୍ୟ ଦେଖାଯାଇଥିଲା। ୱାଂଶିଟନରେ ଗଣମାଧ୍ୟମ ସାମ୍ନାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ , କରୋନା ଭୁତାଣୁର ଭୟାବହତାକୁ ଦେଖି ଏଭଳି କରିବା ନିହାତି ଆବଶ୍ୟକ ହୋଇପଡିଛି। ଅଜବ ଅନୁଭବ ହେଲେ ମଧ୍ୟ ଏଭଳି ଉପାୟରେ ସ୍ୱାଗତ କରିବା ଏବେ ଜରୁରୀ ହୋଇପଡିଲାଣି।

ଟ୍ରମ୍ପ୍ କହିଥିଲେ ଯେ , ମୁଁ ନିକଟରେ ଭାରତରୁ ଫେରିଛି ସେଠାରେ ସମସ୍ତେ ଏଭଳି ନମସ୍କାର ମୁଦ୍ରାରେ ସମସ୍ତଙ୍କୁ ସ୍ୱାଗତ କରନ୍ତି ଯାହା ସେଠାକାର ସଂସ୍କୃତି। ବର୍ତ୍ତମାନ କରୋନା ଭାଇରସ୍ ପାଇଁ ଆମକୁ ମଧ୍ୟ ଏଭଳି ନମସ୍କାର ମୁଦ୍ରାର ସାହାରା ନେବାକୁ ପଡିବ।

Comments are closed.