କରୋନା ପାଇଁ ରାଉରକେଲା ଏନ୍ଆଇଟି ଛୁଟି
ରାଉରକେଲା : କରୋନା ଭୟ ସବୁ ଜାଗାରେ ଦେଖାଯାଇଛି । ଏଥିରୁ ବର୍ତ୍ତିବା ପାଇଁ ସରକାର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଛନ୍ତି । ତେବେ ରାଉରକେଲା NITକୁ ଛୁଟି କରି ଦିଆଯାଇଛି ।
ଦେଶ ବିଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କ୍ୟାମ୍ପସ୍ରେ ରହିବାକୁ ଚାହିଁବେ, ତା’ହେଲେ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ସ୍କୁଲ୍, କଲେଜ ସମେତ ସମସ୍ତ ସିନେମା ହଲ୍କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.