Odisha Link
Bridging the Missing Links in Odisha

ପାକିସ୍ତାନରେ ୫୩ ଜଣ କରୋନା ଆକ୍ରାନ୍ତ

ଓଏସ୍‌ ବ୍ୟୁରୋ: ପଡ଼ୋଶୀ ପାକିସ୍ତାନରେ କରୋନା ଭାଇରସ୍‌ ଦ୍ବାରା ୫୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମାତ୍ର ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏଯାବତ୍‌ କାହାର ମୃତ୍ୟୁ ହୋଇନାହିଁ। ଜଣଙ୍କର ବି ଅବସ୍ଥା ସଂକଟାପନ୍ନ ନାହିଁ।

ବିଶ୍ବର ୧୫୭ଟି ଦେଶ ଏବେ କରୋନା କବଳରେ ପଡ଼ିଥିବା ବେଳେ ଏଯାବତ୍‌ (୧୬ ମାର୍ଚ୍ଚ ସୁଦ୍ଧା) ୧,୬୯,୬୧୦ ଜଣ ବ୍ୟକ୍ତି କରୋନା (କୋଭିଡ୍-୧୯) ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୭,୭୭୬ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୬,୫୧୮ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ବର ପ୍ରତି ଏକ ଲକ୍ଷ ଲୋକରେ ୨ ଜଣ ଏବେ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ।

ଭାରତରେ ଏଯାଏଁ ୧୧୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।

ବିଶ୍ବରେ ସର୍ବାଧିକ ଚୀନରେ ୮୦,୮୬୦ ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୩,୨୧୩ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ୩,୭୮୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୯ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.