Odisha Link
Bridging the Missing Links in Odisha

କରୋନା: ୨୪ ଘଣ୍ଟା ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଦିନକୁ ଦିନ ସାରା ବିଶ୍ବରେ କାୟା ମେଲାଉଛି କରୋନା ଭୂତାଣୁ। କରୋନା ଭାଇରସ୍‌ ଏବେ ବିଶ୍ବର ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଥିବା ବେଳେ ୧୫୭ ଦେଶକୁ ଏହା ବ୍ୟାପିଗଲାଣି। ଭାରତରେ ୧୧୪ ଜଣ ଏବେ କରୋନା ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶାରେ ଆଜି ଜଣେ ପଜିଟିଭ୍‌ ଜଣାପଡ଼ିଛି।

ଏନେଇ ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି। ୨୪ଘଣ୍ଟା ଭିତରେ ହଷ୍ଟେଲ ଖାଲି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। କରୋନା ଭୂତାଣୁ ନେଇ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ଗଣମାଧ୍ୟମକୁ ପିଜି କାଉନସିଲ ଅଧ୍ୟକ୍ଷା ସବିତା ଆଚାର୍ଟ୍ୟ ଏନେଇ ସୂଚନା ଦେଇଛନ୍ତି। ଯେଉଁ ବିଭାଗର ମିଡ଼୍ ସେମିଷ୍ଟାର ରହିଛି ମାର୍ଚ୍ଚ ୩୧ରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମତୀ ଆଚାର୍ଯ୍ୟ।

Comments are closed.