Odisha Link
Bridging the Missing Links in Odisha

କରୋନା ପାଇଁ ପରିବହନ ବିଭାଗର ଗାଇଡଲାଇନ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଗାଇଡଲାିନ ଜାରି କଲା ରାଜ୍ୟ ପରିବହନ ବିଭାଗ। ଗାଇଡଲାଇନ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଗାଇଡଲାଇନ ମୁତାବକ ବସ୍‌ରେ ଓଭରଲୋଡିଂ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ। ନିର୍ଦ୍ଦିଷ୍ଟ ସିଟ୍ ଠାରୁ ଅଧିକ ଯାତ୍ରୀଙ୍କୁ ଛିଡ଼ା କରେଇ ନ ନେବାକୁ ବସ୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଡ୍ରାଇଭରଙ୍କ ସହିତ ସମସ୍ତ ବସ୍ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି ଏବଂ ବସ୍ ଗୁଡିକୁ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ। ତେବେ ଏହି ନିୟମ ନ ମାନିଲେ ଦୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ।

ସୂଚନା ଯୋଗ୍ୟ; ଓଡ଼ିଶାରେ ଜଣେ ୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମାର୍ଚ୍ଚ ୬ ତାରିଖରେ ଦିଲ୍ଲୀ ଫେରି ଥିଲେ ଓ ମାର୍ଚ୍ଚ ୧୨ରେ ଭୁବନେଶ୍ୱର ଆସିଥିଲେ। ମାର୍ଚ୍ଚ ୧୩ ତାରିଖରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ। ଆଉ ମାର୍ଚ୍ଚ ୧୪ରେ ଆଡମିଟ୍ ହୋଇଥିଲେ। ମାର୍ଚ୍ଚ ୧୫ରେ ତାଙ୍କ ରିପୋର୍ଟ ପଜିଟିଭି ଆସିଛି। କରେନା ଆକ୍ରାନ୍ତ ଯୁବକ ଜଣଙ୍କ ଏବେ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଇସୋଲେସନ୍‌ ଓ୍ବାର୍ଡରେରେ ଅଛନ୍ତି।

Comments are closed.