Odisha Link
Bridging the Missing Links in Odisha

ମନ୍ତ୍ରୀ ଅରୁଣଙ୍କ କରୋନା କଟକଣା, ବାଣ୍ଟିଲେ ସଚେତନତା ବାର୍ତ୍ତା (ଦେଖନ୍ତୁ ଭିଡିଓ)

ଭୁବନେଶ୍ବର: କରୋନା ଭାଇରସ୍‌ ଏବେ ବିଶ୍ବର ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଥିବା ବେଳେ ୧୫୭ ଦେଶକୁ ଏହା ବ୍ୟାପିଗଲାଣି। ଭାରତରେ ୧୧୪ ଜଣ ଏବେ କରୋନା ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶାରେ ଜଣେ ପଜିଟିଭ୍‌ ଜଣାପଡ଼ିଛି। ଅପରପକ୍ଷେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରେ କୃଷିମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ରାଜ୍ୟବାସୀଙ୍କୁ କରୋନ ଭାଇରସ୍‌କୁ ନେଇ ସଚେତନାତାର ବାର୍ତ୍ତା ବାଣ୍ଟିଛନ୍ତି।

ଅରୁଣ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସଚେତନାତାର ବାର୍ତ୍ତା ବାଣ୍ଟିଛନ୍ତି ଅରୁଣ ସାହୁ। ସରକାରଙ୍କ ଦ୍ବାରା ଜାରି ହୋଇଥିବା ଦିର୍ଦ୍ଦେଶାବଳୀକୁ ମାନିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ସାମାଜିକ ସଙ୍ଗଠନ ମାନେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ଆଉ କଣ କହିଛନ୍ତି ଅରୁଣ ସାହୁ ଦେଖନ୍ତୁ ଭିଡିଓ।

ଅପରପକ୍ଷେ ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି। ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ଏଥିସହିତ ଏହାର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି।

ସୂଚନାଯୋଗ୍ୟ, ୧୫୭ଟି ଦେଶରେ ଏଯାବତ୍‌ (୧୬ ମାର୍ଚ୍ଚ ସୁଦ୍ଧା) ୧,୬୯,୬୧୦ ଜଣ ବ୍ୟକ୍ତି କରୋନା (କୋଭିଡ୍-୧୯) ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୭,୭୭୬ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୬,୫୧୮ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ବର ପ୍ରତି ଏକ ଲକ୍ଷ ଲୋକରେ ୨ ଜଣ ଏବେ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ। ଭାରତରେ ଏଯାଏଁ ୧୧୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.