Odisha Link
Bridging the Missing Links in Odisha

କର୍ମଚାରୀଙ୍କ ପାଇଁ ସୁଖବର, ଜୁଲାଇ ୨୦୧୯ରୁ ମହଙ୍ଗାଭତ୍ତା ଲାଗୁ

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀମାନେ ପିଛିଲା ଭାବେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ। ୨୦୧୯ ଜୁଲାଇରୁ ଏହି ବର୍ଦ୍ଧିତ ମହଙ୍ଗା ଭତା ପିଛିଲା ଭାବେ ଲାଗୁ ହେବ। ଫଳରେ ମହଙ୍ଗା ଭତ୍ତା ୧୨%ରୁ ବୃଦ୍ଧି ପାଇ ୧୭% ହୋଇଛି ।

ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୫% ବୃଦ୍ଧି କରିଥିଲେ । ତେବେ ଏହା ଜାନୁଆରୀ ପହିଲାରୁ ଲାଗୁ ହେବବୋଲି ସରକାର ସୂଚନା ଦେଇଥିଲେ । ଯାହାକୁ ନେଇ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ରହିଥିଲା ସରକାରଙ୍କ ଏହି ନିଷ୍ପତି ଯୋଗୁଁ ସାଢେ଼ ୩ ଲକ୍ଷ କର୍ମଚାରୀ ଉପକୃତ ହେବେ ।

Comments are closed.