Odisha Link
Bridging the Missing Links in Odisha

ନାଗରିକତା ଆଇନ୍‌: ସୁପ୍ରିମକୋର୍ଟରେ ଜବାବ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (ସିଏଏ) ମାମଲାରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର। ଏହି ଆଇନ ନାଗରିକଙ୍କ ଆଇନଗତ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷତା ସମ୍ପର୍କିତ ଅଧିକାରକୁ ପ୍ରଭାବିତ କରିବନି ବୋଲି ସରକାର କୋର୍ଟଙ୍କୁ କହିଛନ୍ତି।

ସୁପ୍ରିମକୋର୍ଟଙ୍କୁ ଏକ ସତ୍ୟପାଠ ଜରିଆରେ ଏହି ଉତ୍ତର ରଖାଯାଇଛି। ଉତ୍ତରରେ କୁହାଯାଇଛି, “ସିଏଏ ନାଗରିକମାନଙ୍କର ପୂର୍ବରୁ ରହିଥିବା କୌଣସି ଅଧିକାରକୁ ପ୍ରଭାବିତ କରିବନି। ଏହି ଆଇନ ନାଗରିକଙ୍କ ଆଇନଗତ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷତା ସମ୍ପର୍କିତ ଅଧିକାରକୁ ପ୍ରଭାବିତ କରିବନି।” ଏଥିସହିତ କୁହାଯାଇଛି ଯେ, ନାଗରିକତା ଆଇନ ଆଇନତଃ ସିଦ୍ଧ ଏବଂ ସାମ୍ବିଧାନିକ।

ଗତବର୍ଷ ଡିସେମ୍ବରରେ ପାରିତ ହୋଇଥିବା ଏହି ଆଇନ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଭିତ୍ତିରେ ନିର୍ଯାତିତ ହୋଇ ଆସି ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦିଆଯିବ। ଏଥିପାଇଁ ୨୦୧୫ ପୂର୍ବରୁ ଭାରତରେ ପ୍ରବେଶ କରିଥିବା ନେଇ ସର୍ତ୍ତ ରହିଥିଲା। ତେବେ ଏହି ସବୁ ରାଷ୍ଟ୍ରରେ ଅଣ ମୁସଲିମ ହିଁ ସଂଖ୍ୟାଲଘୁ ହୋଇଥିବାରୁ ଏହାକୁ କିଛି ଲୋକ ବିରୋଧ କରିଥିଲେ। ସିଏଏ ବିରୋଧରେ କୋର୍ଟରେ ମାମଲା ମଧ୍ୟ ହୋଇଥିଲା। ସୁପ୍ରିମକୋର୍ଟ ବର୍ତ୍ତମାନ ଏସବୁର ଶୁଣାଣି ଆରମ୍ଭ କରିଛନ୍ତି।

Comments are closed.