Odisha Link
Bridging the Missing Links in Odisha

ଟ୍ରେନ୍‌ରେ ବିଦେଶୀ ପର୍ଯ୍ୟଟକ; ଦୂରତା ବଜାୟ ରଖିଲେ ସହଯାତ୍ରୀ

ଜୟପୁର: କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି। ବିଦେଶୀ ଫେରାନ୍ତାଙ୍କୁ ସ୍କାନିଂ କରାଯାଇ ପ୍ରବେଶ କରାଯିବା ସହ କୋଭିଡି-୧୯ େଓ୍ଵବସାଇଟ୍‌ରେ ପଞ୍ଜିକରଣ କରିବାକୁ କୁହାଯାଉଛି। ଏବଂ ଅନାବଶ୍ୟକ ଯାତ୍ରାକୁ ବାରଣ କରାଯାଇଛି। ଏପରି ପରିସ୍ଥିତିରେ ହୀରଖଣ୍ଡ ଏକ୍ସପ୍ରେସ୍‌ରେ ଜଣେ ବିଦେଶୀ ଯାତ୍ରୀଙ୍କୁ ଦେଖି ଟ୍ରେନ୍‌ରେ ଥିବା ସହଯାତ୍ରୀମାନେ ଦୂରତା ବଜାୟ ରଖିବା ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ, ଫ୍ରାନ୍ସରୁ ଆସିଥିବା ବିଦେଶୀ ଯାତ୍ରୀ ଜଣକ ପୁରୀ ବୁଲିବା ପାଇଁ ଆସିଥିଲେ। କିନ୍ତୁ ତାଙ୍କୁ ସେଠାରେ ବାରଣ କରାଯାଇଥିଲା। ଏହାପରେ ସେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ କୋରାପୁଟ ଯିବା ପାଇଁ ପୁରୀରୁ ଏକ ଗାଡ଼ି କରି ଭୁବନେଶ୍ୱର ପହଞ୍ଚିଥିଲେ। କିନ୍ତୁ ଭୁବନେଶ୍ୱରରେ ତାଙ୍କୁ ଟ୍ରେନ୍‌ରେ ଚଢ଼ିବାକୁ ଅନୁମତି ଦିଆଯାଇ ନ ଥିଲା। ଏହାପରେ ବିଦେଶୀ ଯାତ୍ରୀ ଜଣକ ନିରାଶ ହୋଇ ଭୁବନେଶ୍ୱର ଷ୍ଟେସନ୍‌ରୁ ପୁଣି ଏକ ଗାଡ଼ି କରି ନିରାକାରପୁରରେ ପହଞ୍ଚିଥିଲେ। ସେଠାରୁ ସେ ହୀରାଖଣ୍ଡ ଏକ୍ସପ୍ରେସ୍‌ର ଏସ୍‌-୬ କୋଚର ସିଟ୍‌ ନମ୍ବର ୩୯ରେ ବସି ଯାତ୍ରା ଆରମ୍ଭ କରିଥିଲେ।

ତେବେ ଏସ୍‌-୬ ବଗିରେ ଟିକେଟ କାଟି ଥିବା ଅନ୍ୟ ଯାତ୍ରୀ ୩୯ ନମ୍ବର ସିଟ୍‌ରେ ଉକ୍ତ ବିଦେଶୀ ଯାତ୍ରୀଙ୍କୁ ଦେଖି ଭୟଭୀତ ହୋଇ ଏସଂକ୍ରାନ୍ତରେ ଟିଟିଙ୍କୁ ଜଣାଇଥିଲେ। ଟିଟି ଯାତ୍ରୀଙ୍କ ସମସ୍ୟା ବୁଝି ପାରି ଉକ୍ତ ଯାତ୍ରୀଙ୍କ ସ୍ଥାନ ପରିବର୍ତ୍ତନ କରି ଏସ୍‌-୨ ବଗିରେ ସିଟ୍‌ ଦେଇଥିଲେ।

Comments are closed.