Odisha Link
Bridging the Missing Links in Odisha

କରୋନା: ଏଣିକି ଏଟିଏମରେ ସାନିଟାଇଜ ନକଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସାରା ବିଶ୍ବରେ କରୋନା କାୟ ବିସ୍ତାର କରିଥିବା ବେଳେ ଏବେ ଲୋକମନାଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନାକୁ ନେଇ ସବୁଠି ସତର୍କତା ଜାରି କରାଯାଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ କରୋନା ପାଇଁ ବ୍ୟାଙ୍କମାନଙ୍କୁ ଅର୍ଥ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏନେଇ ଏସଏଲବିସି ଆବାହକଙ୍କୁ ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି କରାଯାଇଛି। ଉକ୍ତ ଚିଠିରେ ଏଟିଏମଗୁଡ଼ିକୁ ଦୈନିକ ସାନିଟାଇଜ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଟିଏମରେ ଥିବା ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଠିକଭାବେ ସାନିଟାଇଜ ହେଉଛି କି ନାହିଁ ଓସଡମା କର୍ମଚାରୀ ତାହାର ତଦାରଖ କରିବେ । ସାନିଟାଇଜରେ ଗଫଲତି କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି।

Comments are closed.