Odisha Link
Bridging the Missing Links in Odisha

ଶେଷ ହୋଇ ଗଲାକି ଆଲିଆ ଓ ରଣବୀରଙ୍କ ପ୍ରେମ କାହାଣୀ !

ମୁମ୍ବାଇ : ବଲିଉଡର ଚୁଲ ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଅଭିନୟର ଯାଦୁରେ ଅନେକଙ୍କ ମନ କିଣି ନେଇଛନ୍ତି । ସେ ୧୯୯୩ ମସିହା ମାର୍ଚ୍ଚ୧୫ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ । ତିନି ଦିନ ତଳେ ତାଙ୍କର ଜନ୍ମ ଗଲା ।

କିନ୍ତୁ ତାଙ୍କର ଜନ୍ମ ଦିନରେ ରଣବୀର କପୁର ଆସିନଥିଲେ କି ସୋସିଆଲ ମିଡିଆରେ ମଧ୍ୟ ଶୁଭେଚ୍ଛା ଜଣାଇ ନଥିଲେ । ଫଳରେ ଏହାକୁ ନେଇ ଅନେକ କଥା ଉଠୁଛି ।

କେହି କେହି କହୁଛନ୍ତି, ଆଲିଆ ବି ସୋନମ କପୁର, ଦୀପିକା ପାଦୁକୋନ୍ ଓ କ୍ୟାଟ୍ରିନା କୈଫ୍‌ଙ୍କ ତାଲିକାରେ ସାମିଲ ହୋଇସାରିଛନ୍ତି । ଅର୍ଥାତ୍ ସେ ବି ରଣବୀରଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ହୋଇସାରିଛନ୍ତି ।

୨୦୧୯ ଶେଷ ଆଡ଼କୁ କିମ୍ବା ୨୦୨୦ ଆରମ୍ଭରେ ସେମାନେ ବାହା ହେବେ ବୋଲି କୁହାଯାଉଥିଲେ। ଏଭଳି ଆଲୋଚନା ପଛରେ ଅନେକ କାରଣ ରହିଥିଲା । ଦୁହିଁଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଥିଲା ।

ରଣବୀରଙ୍କ ବାପା ତଥା ବଲିଉଡ୍ ଅଭିନେତା ଋଷି କପୁର କ୍ୟାନସରରେ ପୀଡ଼ିତ ହୋଇ ଆମେରିକାରେ ଚିକିତ୍ସିତ ହେଉଥିବା ବେଳେ ଆଲିଆ ତାଙ୍କୁ ଦେଖିବାକୁ ସେଠାକୁ ଯାଇଥିଲେ । ସେହିପରି ତାଙ୍କୁ ଅନେକ ଥର କପୁର ପରିବାର ସହିତ ଦେଖିବାକୁ ମିଳିଥିଲା ।

ରଣବୀରଙ୍କ ମା’ ନୀତୁ ସିଂହ ମଧ୍ୟ ତାଙ୍କ ବୋହୂ କରି ନେବାକୁ ରାଜି ଥିବା ପରୋକ୍ଷରେ ଅନେକ ଥର କହି ସାରିଥିଲେ । ଆଲିଆଙ୍କ ବାପା ତଥା ସିନେମା ନିର୍ମାତା ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ରଣବୀର ଭେଟି ସେମାନଙ୍କ ସଂପର୍କ ବିଷୟରେ କହିଥିଲେ । ମହେଶ ବି ସେମାନଙ୍କ ବାହାଘର ନେଇ କିଛି ଇସାରା ଦେଇ ସାରିଥିଲେ। ତେବେ ରଣବୀର ଓ ଆଲିଆ ଏନେଇ କେବେ କିଛି କହି ନଥିଲେ।

Comments are closed.