Odisha Link
Bridging the Missing Links in Odisha

ଆସନ୍ତାକାଲି ସକାଳେ ଫାଶୀ ନିଶ୍ଚିତ: ନିର୍ଭୟାଙ୍କ ମାଆ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଅଭିଯୁକ୍ତଙ୍କୁ ଆସନ୍ତାକାଲି ମାର୍ଚ୍ଚ ୨୦ରେ ଫାଶୀ ହେବ ନା ନାହିଁ ତାହା ଆଜି ସ୍ପଷ୍ଟ ହୋଇଯିବ। ଦିଲ୍ଲୀର ଏକ କୋର୍ଟ ମାର୍ଚ୍ଚ ୨୦ରେ ଦୋଷୀଙ୍କୁ ଫାଶୀ ମିଳିବା ନେଇ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ।

ଅପରପକ୍ଷେ ଫାଶୀରୁ ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ ହୋଇସାରିଛି ନିର୍ଭୟା ଦୋଷୀଙ୍କର। ଗୁରୁବାର ଦୋଷୀ ପବନ ଗୁପ୍ତାର ପୁନର୍ବିଚାର ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରମିକୋର୍ଟ। ଘଟଣା ସମୟରେ ନାବାଳକ ଥିବା ନେଇ ଦର୍ଶାଇ ପବନ କୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରିଥିଲା। ଏହାସହ ଉଭୟ ଦୋଷୀ ପବନ ଓ ଅକ୍ଷୟର ଦ୍ବିତୀୟ ଦୟା ଯାଚିକାକୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ତେବେ ଶୁକ୍ରବାର ସକାଳ ୫.୩୦ରେ ୪ ଦୋଷୀଙ୍କୁ ଫାଶୀ ମିଳିବ ନା ନାହିଁ ଆଉ ଅଳ୍ପ ସମୟ ପରେ ସ୍ପଷ୍ଟ ହୋଇଯିବ।

ଦୋଷୀଙ୍କ ଫାଶୀ ପୂର୍ବରୁ ଏତେବର୍ଷ ଧରି ନିଜ ଝିଅର ନ୍ୟାୟ ପାଇଁ ଲଢିଆସୁଥିବା ନିର୍ଭୟାଙ୍କ ମାଆ ଆଶାଦେବୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଶାଦେବୀ କହିଛନ୍ତି ଯେ କୋର୍ଟ ଦୋଷୀଙ୍କୁ ଏତେ ସୁଯୋଗ ଦେଇଛନ୍ତି ଯେ ସେମାନେ ଫାଶୀକୁ ଘୁଞ୍ଚାଇବାରେ ଅଭ୍ୟସ୍ତ ହୋଇଯାଇଛନ୍ତି। ହେଲେ ଏବେ ଦେଶର ଅଦାଲତ ସେମାନଙ୍କ କୌଶଳ ବିଷୟରେ ଅବଗତ ଅଛନ୍ତି। ଶୁକ୍ରବାର ନିର୍ଭୟାକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ଆଶାଦେବୀ।

Comments are closed.