Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ଗତକାଲି ୪ ନିର୍ଭାୟା ଦୋଷୀଙ୍କୁ ଫାଶୀ ହେବାକୁ ଥିବା ବେଳେ ଏହାର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ମୁକେଶର ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲା ଦୋଷୀ ମୁକେଶ। ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ଣୁଣାଣି କରି ଏହି ଆବେନକୁ ଆଜି ଖାରଜ କରିଛନ୍ତି।

ନିର୍ଭୟା ଦୋଷୀ ମୁକେଶ ନିଜ ପିଟିସନରେ ଦର୍ଶାଇଥିଲା ଯେ, ଯେଉଁଦିନ ଜଘନ୍ୟ କାଣ୍ଡ ଘଟିଥିଲା ସେଦିନ ରାତିରେ ମୁକେଶ ଦିଲ୍ଲୀରେ ନ ଥିଲା। ତେଣୁ ଫାଶୀଦଣ୍ଡ ରବ୍ଦ କରିବାକୁ ସେ ଆବେଦନରେ କହିଛି। ପୂର୍ବରୁ ମୁକେଶ ତରଫରୁ ବରିଷ୍ଠ ଓକିଲ ଏମଏଲ ଶର୍ମା ପଟିଆଲା ହାଉସ କୋର୍ଟରେ ଏନେଇ ଆବେଦନ ଦାଖଲ କରିଥିଲେ ଯାହାକୁ ଖାରଜ କରାଯାଇଥିଲା। ଏଥିସହ ଆଜି ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ସୂଚନାଯୋଗ୍ୟ, ମାର୍ଚ୍ଚ ୫ ତାରିଖରେ ଟ୍ରାଏଲ କୋର୍ଟ ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ୫ଟା ୩୦ମିନିଟ୍‌ରେ ଫାଶୀ ପାଇଁ ଚତୁର୍ଥ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ନିର୍ଭୟା ମାମଲାରେ ଚାରି ଦୋଷୀ ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂ (୩୧)ଙ୍କୁ ଫାଶୀ ଦିଆଯିବ। ଏହା ପୂର୍ବ ତିନୋଟି ଡେଥ୍ ୱାରେଣ୍ଟକୁ ଦୋଷୀମାନେ ବିଭିନ୍ନ ଆଇନଗତ ପ୍ରକ୍ରିୟା ଦ୍ବାରା ଟାଳି ଦେଇଥିଲେ।

Comments are closed.