Odisha Link
Bridging the Missing Links in Odisha

ଆମେରିକା ଅସମ୍ଭାଳ: ୪୬,୧୬୮ କରୋନା ଆକ୍ରାନ୍ତ, ୫୮୨ ମୃତ

ଓଏଲ୍‌ ବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ନିୟନ୍ତ୍ରଣ ଅଅଣାୟତ ହୋଇପଡ଼ିଛି। ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଗତ ୩ ଦିନ ଭିତରେ ୨୦,୦୦୦ରୁ ଅଧିକ ନୂଆ ରୋଗୀ ଠାବ ହୋଇଥିବା ବେଳେ କେବଳ ଆଜି ଗୋଟିଏ ଦିନରେ ପ୍ରାୟ ୧୧,୦୦୦ ନୂଆ ରୋଗୀ ଠାବ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୧୬୮ରେ ପହଞ୍ଚିଥିବା ବେଳେ ୫୮୨ ଜଣଙ୍କର ପ୍ରାଣହାନି ଘଟି ସାରିଲାଣି।

ଆମେରିକାରେ ଅଧାରୁ ଅଧିକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ସାରା ଦେଶ ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସ୍ଥିତିକୁ ଆସିବାର ଅନୁମାନ କରାଯାଉଛି। ରାଷ୍ଟ୍ରପତି ଟ୍ରମ୍ପ ନିଜକୁ ଯୁଦ୍ଧକାଳୀନ ନେତା (wartime president) ଘୋଷଣା କରି କରୋନା ବିରୋଧରେ ଲଢ଼େଇକୁ ଯୋରଦାର କରିବାକୁ ଆହ୍ବାନ ଦେଇଛନ୍ତି।

ନ୍ୟୁୟର୍କରେ ସର୍ବାଧିକ ୨୩,୨୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୮୩ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ଭାରତରେ ୫୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆମେରିକାରେ ୨ ସପ୍ତାହ ତଳେ ସମାନ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇଥିଲେ। ଉନ୍ନତ ସ୍ବାସ୍ଥ୍ୟ ସୁବିଧା ଥିବା ୩୫ କୋଟି ଜନତାଙ୍କ ଦେଶ ଆମେରିକାରେ ମାତ୍ର ୧୫ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦୦ ଗୁଣା ବଢ଼ିଥିବା ବେଳେ, ଦୁର୍ବଳ ସ୍ବାସ୍ଥ୍ୟସେବା ସମ୍ପନ୍ନ ୧୪୦ କୋଟି ଜନତାଙ୍କ ଭାରତରେ ଏହାର ପ୍ରଭାବ ବେଶ୍‌ ଅନୁମେୟ। ଜନତାଙ୍କ ମଧ୍ୟରେ ଆତ୍ମସଚେତନତା ହିଁ ଆମକୁ ଏ ଲଢ଼େଇରେ ବିଜୟ ମିଳିପାରିବ।

Comments are closed.