Odisha Link
Bridging the Missing Links in Odisha

୧୦୪ ନମ୍ବର କାଲି ଘଣ୍ଟାଏ ବନ୍ଦ ରହିବ

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦେକ୍ଷେପ ନେଉଛନ୍ତି। ଅପରପକ୍ଷେ ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଏପରିକି ତାଙ୍କ ପାଇଁ ରାଜ୍ୟରେ କରୋନା ଭାଇରସ୍ ଷ୍ଟେଜ-ଥ୍ରୀକୁ ଯାଇପାରେ ବୋଲି କୁହାଯାଉଛି। କାରଣ ଦିଲ୍ଲୀରୁ ଓଡ଼ିଶା ଫେରିବା ଭିତରେ ସେ ମୋଟ୍ ୧୧୨ଜଣଙ୍କ ସଂସ୍ପର୍ଷରେ ଆସିଛନ୍ତି। ଯେଉଁ କାରଣରୁ ଏହି ଭାଇରସ୍ ଅନ୍ୟମାନଙ୍କୁ ବ୍ୟାପିବାର ସମ୍ଭାବନା କରାଯାଉଛି। ଶନିବାର ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ ତୃତୀୟ କରୋନା ରୋଗୀଙ୍କ ବିଷୟରେ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ସେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୨ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତାଙ୍କ ସ୍ତ୍ରୀ, ଝିଅ, ଡ୍ରାଇଭର ଓ ଘରର ସହଯୋଗୀଙ୍କୁ ଛାଡ଼ି ସେ ଆହୁରି ଅନେକ ଲୋକଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି।

କୋଭିଡ-୧୯ ପୋର୍ଟାଲରେ ରାଜ୍ୟର ମୋଟ ୭୦୮୦ ଜଣ ପଞ୍ଜୀକରଣ କରିଛନ୍ତି। ୪୨୮୬ ଜଣ ବିଦେଶରୁ ଫେରି ପଞ୍ଜୀକରଣ କରିଥିବା ବେଳେ ୨୭୯୪ ଜଣ ବାହାର ରାଜ୍ୟରୁ ଆସି ପଞ୍ଜୀକରଣ କରିଛନ୍ତି। ତେବେ ଆସନ୍ତାକାଲି ୧୦୪ ହେଲ୍ପଲାଇନ ନମ୍ବର ଘଣ୍ଟାଏ ପାଇଁ ବନ୍ଦ ରହିବ। ହେଲ୍ପଲାଇନ ନମ୍ବରର ଉନ୍ନତୀକରଣ ପାଇଁ ଏହାକୁ ସକାଳ ୬ରୁ ୭ଟା ଯାଏଁ ୧୦୪କୁ ବନ୍ଦ ରଖାଯିବ ବୋଲି ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ।

ତେବେ ରାଜ୍ୟ ବାହାରେ ରହିଥିବା ଓଡ଼ିଆଙ୍କ ସମସ୍ୟା ଜାଣିବାକୁ ହେଲ୍ପଲାଇନ ନମ୍ବର ୦୬୭୪ ୨୩୯୨୧୧୫ ଏବଂ ହ୍ୱାଟ୍ସଆପ ନମ୍ବର- ୯୪୩୮୯୧୫୯୮୬ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି।

Comments are closed.