Odisha Link
Bridging the Missing Links in Odisha

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ନେଇ WHOର ସଲିଡାରିଟି ଟ୍ରାଏଲ୍, ଅଧିକ ଦେଶ ସାମିଲ ହେବାକୁ ଆହ୍ବାନ

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ରେ କରୋନା ରୋଗ ଭଲ ହେଉଥିବା ନେଇ ସ୍ବାସ୍ଥ୍ୟ ଗବେଷକଙ୍କ ଦାବି ପରେ ଏହାକୁ ନେଇ ଏକାତା ପରୀକ୍ଷଣ (Solidarity Trial) ଆରମ୍ଭ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)। ଅଧିକରୁ ଅଧିକ ଦେଶ ଏହି ପରୀକ୍ଷଣରେ ସାମିଲ ହେବାକୁ ହୁ ଆହ୍ବାନ ଦେଇଛି।

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ସମେତ ମୋଟ ୪ଟି ଔଷଧ ଉପରେ ଏହି ପରୀକ୍ଷଣ ହେଉଛି। ବିଭିନ୍ନ ଦେଶ ଏହି ଔଷଧ ସବୁକୁ ରୋଗୀଙ୍କ ଉପରେ ପ୍ରୟୋଗ କରି ପରୀକ୍ଷଣର ଫଳାଫଳ ଓ ପରାମର୍ଶ ଦେବା ପରେ କରୋନା ଭୂତାଣୁ ବିରୋଧରେ ହୁ ଏକ ପ୍ରଭାବୀ ଔଷଧ ଘୋଷଣା କରିବାରେ ସଫଳ ହୋଇପାରିବ ବୋଲି ମାର୍ଚ୍ଚ ୨୩ ତାରିଖରେ ଏକ ପ୍ରେସ୍‌ ବିବୃତିରେ ହୁ ପକ୍ଷରୁ କୁହାଯାଇଛି।

ହୁର ମହା ନିର୍ଦ୍ଦେଶକ ଡକ୍ଟର ଟେଡ୍ରୋ ଆଧାନମ୍‌ ଘେବ୍ରେୟେସସ୍‌ କହିଛନ୍ତି
ମୁଁ ଖୁସି ଯେ ବହୁ ଦେଶ ଏହି ସଲିଡାରିଟି ଟ୍ରାଏଲରେ ଯୋଗ ଦେଇଛନ୍ତି। ଏହା ଆାମକୁ ତ୍ବରିତ ବେଗ ଓ ବିଶାଳ ଆକାରରେ ଆଗେଇବାରେ ସହାୟକ ହେବ। ଏହି ସଲିଡାରିଟି ଟ୍ରାଏଲ୍‌ ଓ ଅନ୍ୟ ପରୀକ୍ଷଣରେ ଯେତେ ଅଧିକ ଦେଶ ଭାଗନେବେ ସେତେ ଶୀଘ୍ର ଆମେ ଉପଯୁକ୍ତ ଔଷଧ ବାବଦରେ ସ୍ଥିର ନିଶ୍ଚିତ ହୋଇପାରିବୁ ଓ ଅଧିକ ଜୀବନ ବଞ୍ଚାଇବାରେ ସଫଳ ହେବୁ।

ମାର୍ଚ୍ଚ ୧୩ରେ ପ୍ରକାଶିତ WHOର ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ବିଭିନ୍ନ ଦେଶରେ କ୍ଲୋରୋକୁଇନ୍‌‌କୁ କରୋନାର ଏକ ପ୍ରଭାବୀ ପ୍ରତିଷେଧକ ଓ ରୋଗନାଶକରୀ ଔଷଧ ଭାବେ ସଫଳତାର ସହ ବ୍ୟବହାରର ପ୍ରମାଣ ମିଳିଛି।

Comments are closed.