Odisha Link
Bridging the Missing Links in Odisha

କରୋନା ମୃତ୍ୟୁ ସତ୍ତ୍ବେ ଏହି ଦେଶରେ ହେଲା ନିର୍ବାଚନ

ଓଏଲ୍‌ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସତ୍ତ୍ବେ ମାଲିରେ ଆଜି ଦେଶବ୍ୟାପୀ ସଂସଦୀୟ ମତଦାନ ହୋଇଛି। ମାତ୍ର ୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଆଫ୍ରିକୀୟ ଦେଶରେ ୧୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲାା ଆଜି ଭୋଟଗ୍ରହଣ ଆରମ୍ଭର କିଛି ସମୟ ପୂର୍ବରୁ ଦେଶରେ ପ୍ରଥମ କରୋନା ଜନିତ ମୃତ୍ୟୁ ମଧ୍ୟ ହୋଇଛି।

ଆଜି ମାଲିରେ ଦେଶ ବ୍ୟାପୀ ୧୪୭ ଆସନ ବିଶିଷ୍ଟ ସଂସଦ ପାଇଁ ମତଦାନ ହୋଇଛି। ଏହା ପୂର୍ବରୁ ସେଠାରେ ୨୦୧୩ରେ ମତଦାନ ହୋଇଥିଲା। ୨୦୧୮ରେ ପରବର୍ତ୍ତୀ ନିର୍ବାଚନ ହେବାର ଥିଲା। କିନ୍ତୁ ଦେଶରେ ଅରାଜକତା, ଆନ୍ଦେୋଳନ ଚାଲିଥିବା ବେଳେ ଏକ ବିଶାଳ ଅଂଶ ବିପ୍ଲବୀ ଯୋଦ୍ଧାଙ୍କ କବଳରେ ରହିଥିବାରୁ ନିର୍ବାଚନ ଉପଯୁକ୍ତ ସମୟରେ ହୋଇପାରି ନଥିଲା। ନିକଟରେ ଜିହାଦୀମାନେ ବିରୋଧୀ ଦଳ ନେତାଙ୍କୁ ଅପହରଣ କରିଥିବା ବେଳେ ଏଭଳି ବେଳାରେ ଦେଶ ନିର୍ବାଚନ କରାଇଛି।

Comments are closed.