ଲକଡାଉନ: ଯୋଗ ମନ୍ତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହି ସମୟରେ ନିଜକୁ କିଭଳି ଫିଟ୍ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟୁଇଟର ଆକାଉଂଟରେ କିଛି ଥ୍ରୀଡି ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ଭିନ୍ନ ଭିନ୍ନ ଯୋଗାସନ କରୁଥିବାର ଦେଖାଯାଉଛି। ସୋାଇଆଲ ମିଡିଆରେ ଅପଲୋଡ ହୋଇଥିବା ଭିଡିଓ ଗୁଡିକ ବିଭିନ୍ନ ଭାଷାରେ ରହିଛି।
ମୋଦି ଟୁଇଟ କରି ଲେଖିଛନ୍ତି ଗତକାଲି ମନକି ବାତ ସମୟରେ କେହି ତାଙ୍କ ଫିଟନେସର ରୁଟିନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହା ପରେ ଏହି ଯୋଗ ବିଡିଓ ସେୟାର କରିବାର ବିଚାର ତାଙ୍କ ମନକୁ ଆସିଥିଲା। ଆପଣମାନେ ସମସ୍ତେ ଏହିଭଳି ଯୋଗ କରିବେ ବୋଲି ଆଶା କରିଛନ୍ତି। ତେବେ ସେ କୌଣସି ଫିଟନେସ୍ ଏକ୍ସପର୍ଟ ନୁହେଁ କିମ୍ବା କୌଣସି ମେଡିକାଲ ଏକ୍ସପର୍ଟ ନୁହେଁ ବୋଲି ଲେଖିଛନ୍ତି। ଦୀର୍ଘ ଦିନ ହେଲା ଯୋଗ କରିବା ତାଙ୍କ ଜୀବନର ଏକ ଅଂଶ ପାଲଟି ଯାଇଛି। ଯେଉଁଥିରେ ତାଙ୍କୁ ଲାଭ ବି ମିଳିଛି । ତେଣୁ ଆପଣମାନେ ଫିଟ ରହିବା ପାଇଁ ଏହି ସବୁ ଉପାୟ ଆପଣାଇଥିବେ ବୋଲି ମୋଦି କହିଛନ୍ତି।