Odisha Link
Bridging the Missing Links in Odisha

ମେ ୧ ଶ୍ରମିକ ଦିବସ କାହିଁକି?

ଆଜି ମେ ୧ ତାରିଖ, ସାରା ବଶ୍ବରେ ପାଳିତ ହେଉଛି ଶ୍ରମିକ ଦିବସ। ବିଗତ ୧୩୪ ବର୍ଷ ଧରି ବିଶ୍ବରେ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନରେ ଶ୍ରମିକଙ୍କ ଦୈଦୈନିକ କାର୍ଯ୍ୟ ଅବଧି ୮ ଘଣ୍ଟା ରଖାଯାଇଥିଲା। ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ।

ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସଠିକ ସମୟସୀମା ନଥିଲା। ପୁଞ୍ଜିପତି, ସାହୁକାର, ଖଣି ଓ କାରଖାନା ମାଲିକମାନେ ଶ୍ରମିକମାନଙ୍କୁ ନିଜ ଇଚ୍ଛା ମୁତାବକ ଅଧିକ ସମୟ ଖଟାଉଥିଲେ। ୧୮୭୭ ମସିହାରେ ଆମେରିକାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଧାରଣ କରିବା ପାଇଁ ଏକ ଆନ୍ଦୋଳନ କରିଥିଲେ। ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ଲକ୍ଷ ଲକ୍ଷ ଶ୍ରମିକ ଏକଯୁଟ ହୋଇ ଆନ୍ଦୋଳନ କରିଥିଲେ। ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନ ପରେ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ୮ ଘଣ୍ଟା ଧାର୍ଯ୍ୟ କରାଗଲା।

ଏହି ଆନ୍ଦୋଳନ ପରେ ୧୮୮୯ ମସିହାରେ ପ୍ୟାରିସରେ ଆୟୋଜିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ମହାସଭାର ଦ୍ୱିତୀୟ ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯିବା ପ୍ରସ୍ତାବକୁ ସ୍ୱୀକାର କରାଯାଇଥିଲା। ଏହି ପ୍ରସ୍ତାବ ପାରିତ ହେବାପରେ ଆମେରିକାରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନିୟମ ପ୍ରଚଳନ ହୋଇଥିଲା।

ଏହାପରେ ସାରା ଦୁନିଆରେ ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରିବା ଆରମ୍ଭ ହୋଇଥିଲା। ଭାରତରେ ପ୍ରଥମେ ୧୯୨୩ ମସିହା ମେ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିଥିଲା।

Comments are closed.