Odisha Link
Bridging the Missing Links in Odisha

ଆଜି ଶ୍ରମିକ ଦିବସ: ଗୁଜରାଟରେ ବନ୍ଧା ୭ ଲକ୍ଷ ଓଡ଼ିଆ

ଭୁବନେଶ୍ବର: ଆଜି ମେ ୧ ତାରିଖ। ବିଶ୍ବ ବ୍ୟାପୀ ପାଳନ ହେଉଛି ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଏହି ଗୋଟିଏ ଦିନ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ରରୁ ଛୁଟି ମିଳିଥାଏ। ସାରା ବର୍ଷ ଅନ୍ୟ ପାଇଁ ଝାଳ ବୁହାଉଥିବା ମାଟିର ମଣିଷମାନଙ୍କ ପାଇଁ ଆଜି ଗୋଟିଏ ଦିନ ସମର୍ପିତ।

ଓଡ଼ିଶା ଯଥେଷ୍ଟ ଉନ୍ନତି କରିଥିଲେ ହେଁ ଦାଦନ ଏବେ ମଧ୍ୟ ରାଜ୍ୟର ଏକ ବଡ଼ ସମସ୍ୟା ଭାବେ ଠିଆ ହୋଇଛି। ପଡ଼ୋଶୀ ରାଜ୍ୟମାନଙ୍କରେ କାମ ସନ୍ଧାନ ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଭିଟାମାଟି ଓ ପରିବାରକୁ ଛାଡ଼ି ବାହାରେ ଅଛନ୍ତି। ତେବେ ଗୁଜରାଟର ବିଭିନ୍ନ ଶିଳ୍ପରେ ପ୍ରାୟ ୭ ଲକ୍ଷ ଓଡ଼ିଆ କାମ କରୁଥିବା ସୂଚନା ମିଳିଛି। ସୁରତ ସହରରେ ସର୍ବାଧିକ ଓଡ଼ିଆ ଅଛନ୍ତି।

ଏବେ କରୋନା ଲକ୍‌ଡାଉନ୍‌ ପାଇଁ ସୁରତରେ ହାତ ବାନ୍ଧି ବସିଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ଓଡ଼ିଶା ସରକାର ଆଗମନ ବ୍ୟବସ୍ଥା କରୁଛନ୍ତି। ବସ୍‌ ଯୋଗେ ସମସ୍ତଙ୍କୁ ଗୁଜରାଟରୁ ଓଡ଼ିଶା ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶ୍ରମିକ ଦିବସରେ ଏହାଠାରୁ ବଳି ଆଶ୍ବାସନାର ବିଷୟ ଆଉ କ’ଣ ହୋଇପାରେ!

Comments are closed.