କରୋନା ଯୋାଦ୍ଧାଙ୍କୁ ସେନାର ସଲାମ, ଆକାଶରୁ ହେଲା ଫୁଲ ବର୍ଷା

ନୂଆଦିଲ୍ଲୀ: କରୋନା ଯୋଦ୍ଧାଙ୍କୁ ସମ୍ମାନ। କରୋନା ଯୋଦ୍ଧାଙ୍କୁ ସଲାମ୍ କରୁଛି ସାରା ଭାରତ। ଏହାରି ମଧ୍ୟରେ ଆଜି ଦେଶର ୩ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଆଯାଉଛି। ଭାରତୀୟ ବାସୁସେନା ସୁଖୋଇ ପରି ଲଢାଖୁ ବିମାନ ଜରିଆରେ ଦେଶର ଅଲଗା ଅଲଗା ସ୍ଥାନରେ ଥିବା କୋଭିଡ ହସ୍ପିଟାଲ ଗୁଡିକରେ ଫୁଲର ବର୍ଷା କରିଛି।
ଏଥିସହିତ ଭାରତୀୟ ସେନା ହସ୍ପିଟାଲ ନିକରେ ଧୁନ ଦ୍ବାରା କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ାଉଛନ୍ତି। ସେହିପରି ନୌସେନା ଜାହାଜ ଗୁଡ଼ିକୁ ଆଲୋକିତ କରି କରେନା ବିପକ୍ଷ ଯୁଦ୍ଧରେ ଜିତିବା ପାଇଁ ଏକତାର ବାର୍ତ୍ତା ଦେବ।
#WATCH: Navy chopper showers flower petals on Goa Medical College in Panaji to express gratitude towards medical professionals fighting #COVID19. pic.twitter.com/fhIz1pQlpM
— ANI (@ANI) May 3, 2020