Odisha Link
Bridging the Missing Links in Odisha

ଆଜିଠୁ ଖୋଲା ମଦ ଦୋକାନ, ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ସାରା ଦେଶରେ ଲକ୍‌ଡାଉନ୍‌ର ୩ୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ହେଲେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ କଟକଣା ମଧ୍ୟରୁ କିଛି ଜିନିଷକୁ ବାଦ ଦିଆଯାଇଛି। ସେମଧ୍ୟରୁ ମଦ ହେଉଛି ଅନ୍ୟତମ। ଦେଶରେ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି ନେବା ଫଳରେ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଏପରିକି ମଦ ଦୋକାନ ସମ୍ମୁଖରେ ଲମ୍ବା ଲାଇନ୍‌ କରି ଠିଆ ହୋଇଛନ୍ତି ଜନତା।

ଦିଲ୍ଲୀ ସରକାର ମଦ ଦୋକାନରେ ବିକ୍ରିକୁ ଅନୁମତି ଦେବା ପରେ ଲକ୍ଷ୍ମୀ ନଗରର ଏକ ମଦ ଦୋକାନ ସମ୍ମୁଖରେ ଲୋକମାନେ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି। ଯଦିଓ ଦିଲ୍ଲୀର ସମସ୍ତ ଜିଲ୍ଲା ରେଡ୍ ଜୋନରେ ଥିଲେ ମଧ୍ୟ ମଦ ପାଇଁ ଲୋକ ଲମ୍ବା ଲାଇନ୍‌ କରି ଠିଆ ହୋଇଛନ୍ତି। ଦୋକାନ ବାହାରେ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ବହୁ ଦୂରରେ ଠିଆ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ, ଲ୍ୟାଣ୍ଡମାର୍କିଂ ମଧ୍ୟ କରାଯାଇଛି।

ସେହିପରି କର୍ଣ୍ଣାଟକରେ ସକାଳ ୯ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲାଯାଇ ପାରିବ ନେଇ ସ୍ଥାନୀୟ ସରକାର ନିର୍ଦ୍ଦେଶ ଦେଇଚନ୍ତି। ହେଲେ ଲୋକମାନେ ସକାଳ ୭ଟାୁ ମଦ ଦୋକାନ ବାହାରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି।

Comments are closed.