Odisha Link
Bridging the Missing Links in Odisha

କ୍ବାରାଣ୍ଟିନ୍‌‌ ସେଣ୍ଟରରେ ଟିକ୍‌ଟକ୍‌ କଲେ‌ ପ୍ରବାସୀ ଓଡ଼ିଆ, ଥାନାରେ ଏତଲା

ଭଦ୍ରକ: ବାହାରା ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଆଣୁଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ କ୍ବାରାଣ୍ଟିନ୍‌ ସେଣ୍ଟରରେ ସେମାନଙ୍କ ରଖା ଯାଇଛି। ସେଠି ସାମାଜିକ ଦୂରତା ରଖିବା ପାଇଁ ମଧ୍ୟ କୁହାଯାିଛି। ଏପରକି ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି।

ଏକ କ୍ବାରାଣ୍ଟିନ୍‌‌ ସେଣ୍ଟରରେ କିଛି ଲୋକ ସାମାଜିକ ଦୂରତା ଓ କଟକଣା ନମାନି ଟିକ୍‌ଟକ୍‌ ଭିଡିଓ କରୁଥିବା ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା। ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ଅନ୍ତର୍ଗତ ଭାଟପଡ଼ା ପଞ୍ଚାୟତରେ ଏଭଳି କିଛି ଘଟଣା ଘଟିଛି।

ଭାଟପଡ଼ା ପଞ୍ଚାୟତର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ କଟକଣା ଭିତରେ କିଛି ଲୋକେ ଟିକ୍‌ଟକ୍‌ କରୁଥିବା ଦେଖିବାକୁ ମିଳିଛି। ଏମାନେ ସମସ୍ତେ କୋଲକାତାରୁ ଫେରିଥିବାରୁ ଏମାନଙ୍କୁ କ୍ବାରାଣ୍ଟିନ୍‌ ସେଣ୍ଟରରେ ରଖାଯାଇଥିଲା। ହେଲେ କଟକଣା ନ ମାନି ଏମାନେ ଟିକ୍‌ଟକ୍ କରିବାରେ ବ୍ୟସ୍ତ। ଫଳରେ ଏମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍ଥାନୀୟ ସରପଞ୍ଚ ୭ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ସରପଞ୍ଚଙ୍କ ଅଭିଯୋଗ ପରେ ତିହିଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.