Odisha Link
Bridging the Missing Links in Odisha

ସଂଧ୍ୟା ୭ ପରେ ଘରୁ ବାହାରିବା ମନା

ଭୁବନେଶ୍ବର: ଆଜିଠୁ ସାରା ଦେଶରେ ଲକ୍‌ଡାଉନ୍‌ ୩.୦ ଆରମ୍ଭ ହୋଇଛି। ଏଥିସହିତ ଆଜିଠୁ ରାଜ୍ୟରେ ଆଉ ଏକ ନୂଆ କଟକଣା ଲାଗୁ ହୋଇଛି। ଏଣିକି ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବା ମନା। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ଶ୍ରୀ ଷଡ଼ଙ୍ଗୀ ଟୁଇଟ କରି କହିଛନ୍ତି ଯେ, ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା। ୧୨ ଘଣ୍ଟା ଯାଏଁ କେହି ଘରୁ ଗୋଡ କାଢି ପାରିବେନି। ରାଜ୍ୟର ସମସ୍ତ ୩ଟି ଜୋନରେ ବନ୍ଦ ରହିବ ଚଳପ୍ରଚଳ। ତେବେ ଜରୁରୀ ସେବା ଛଡା ଅନ୍ୟ କୌଣସି କାମରେ କେହି ବାହାରି ପାରିବେନି।

ସେ ଆହୁରି କହିଛନ୍ତି ଯେ, ଯାହା କାମ କରିବା କଥା ସକାଳ ୭ରୁ ସନ୍ଧ୍ୟା ୭ ମଧ୍ୟରେ କରି ପାରିବେ। ତେବେ ଆଜି ଠାରୁ ଏହି କଟକଣା ଲାଗୁ ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ମେ ୧୭ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ। ତେବେ ଏହି ସମୟରେ ସମସ୍ତେ ଘରେ ରହିବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି।

Comments are closed.