Odisha Link
Bridging the Missing Links in Odisha

ରାଜ୍ୟରେ ୧୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳ ସୁଦ୍ଧା ଓଡ଼ିଶାର ମୋଟ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ୧୭୦ ଛୁଇଁଛି।

ଏଯାଏଁ ରାଜ୍ୟରେ ମୋଟ ୪୪,୬୬୩ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଥି ମଧ୍ୟରୁ ୧୭୦ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏମାନଙ୍କ ଭିତରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ୧୦୯ ଜଣ କରୋନା ଆକ୍ରାନ୍ତ ଏବେ ବି ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.