Odisha Link
Bridging the Missing Links in Odisha

ନୟାଗଡ଼ରେ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ

ଭୁବନେଶ୍ବର: ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ୪୦ ବର୍ଷୀୟ ଏହି ଆକ୍ରାନ୍ତ ଜଣକ ଗୁଜରାଟର ସୁରତରୁ ଫେରିଥିଲେ ଓ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହୁଥିଲେ। ପଡ଼ୋଶୀ ଗଂଜାମ ଜିଲ୍ଲା ଗୁଜରାତ ଫେରନ୍ତା କରୋନା ଆକ୍ରାନ୍ତଙ୍କ ହଟସ୍ପଟ୍‌ ପାଲଟିଥିବା ବେଳେ ଏବେ ନୟାଗଡ଼କୁ ମଧ୍ୟ ଏହା ସଂକ୍ରମିତ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨୮୯ ଜଣ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି।