Odisha Link
Bridging the Missing Links in Odisha

ସିଂଘମ୍ ଷ୍ଟାଇଲରେ ଷ୍ଟଣ୍ଟ କରି ଅଡ଼ୁଆରେ ପୋଲିିସ୍‌ ବାବୁ

ଭୋପାଳ: ସିଂଘମ୍ ଷ୍ଟାଇଲରେ ଷ୍ଟଣ୍ଟ କରି ଅଡ଼ୁଆରେ ପୋଲିସ୍‌ ବାବୁ। ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ପୋଲିସ୍‌ ଏସ୍‌ଆଇ ମନୋଜ ଯାଦବ ୨ଟି ଚଳନ୍ତା କାର ଉପରେ ଠିଆ ହୋଇ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା। ଏଭଳି ଘଟଣାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଭାଇରାଲ ହେବା ପରେ ପୋଲିସ୍‌ ଅଧିକ୍ଷକ ହେମନ୍ତ ଚୌହାନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେ ଏଭଳି ଘଟଣାର ଯାଞ୍ଚ କରି ଏସ୍‌ଆଇ ମନୋଜ ଯାଦବଙ୍କୁ ୫ହଜାର ଟଙ୍କାର ଫାଇନ ଲଗାଇବା ସହ ଭବିଷ୍ୟତରେ ଏପରି ନକରିବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି।

ଯାଦବ ଦମୋହ ଜିଲ୍ଲାର ନରସିଂହଗଡ ପୋଲିସ ଆଉଟପୋଷ୍ଟର ଦାୟିତ୍ୱରେ ଅଛନ୍ତି ଏବଂ ଭାଇରାଲ ଭିଡିଓ ତାଙ୍କୁ ସିଂଘମ୍ ଫିଲ୍ମର ଟାଇଟଲ ଟ୍ରାକରେ ଷ୍ଟଣ୍ଟ କରୁଥିବା ଦୁଇଟି ଚଳନ୍ତା କାର ଉପରେ ଠିଆ ହୋଇଥିବା ଦେଖାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ରବିବାର ଏହି ଲକ୍‌ଡାଉନ୍ ସମୟରେ ଏହି ଭିଡିଓ କରିଥିଲେ।

https://www.facebook.com/OdishaLink/videos/189252192154618/

Comments are closed.