Odisha Link
Bridging the Missing Links in Odisha

ଆଜି ରାତି ୮ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍। ଏହାରି ମଧ୍ୟରେ ଆଜି ପୁଣି ଦେଶବାସୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୮ଟା ସମୟରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ତେବେ ଏହି ଲକ୍‌ଡାଉନ୍‌ ଜାରି ହୋଇଥିବା ବେଳେ ଏହା ପ୍ରଧାନମନ୍ତ୍ରୀଙ୍କର ଦେଶବାସୀଙ୍କୁ ଏହା ପଞ୍ଚମ ସମ୍ବୋଧନ ହେବ। ତେବେ ଏହିଭଳି ମାରାତ୍ମକ କରୋନା ଭାଇରସ ପରି ଜଟିଳ ସମୟରେ କେନ୍ଦ୍ର ସରକାରଙ୍କ କଣ କଣ ପଦେକ୍ଷପ ରହିବ ସେ ବିଷୟରେ କିଛି ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି।

ଦେଶରେ କରୋନା ଜନିତ ଲକ୍‌ଡାଉନ୍‌ ଜାରି ରହିଛି। ମାର୍ଚ୍ଚ ୨୫ରେ ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଯାହାକି ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରାଯାଇଥିଲେ । ଦେଶରେ ଲକ୍‌ଡାଉନ୍‌ ତୃତୀୟ ପର୍ଯ୍ୟାୟ ଜାରି ରହିଛି। ଏବେ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଚାଲୁରହିଛି। ଯାହାକି ମେ ୧୭ରେ ଶେଷ ହେବାକୁ ଯାଉଛି ।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେବା ପୂର୍ବରୁ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏବଂ ରାଜ୍ୟମାନଙ୍କ କରୋନା ସ୍ଥିତି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ତେବେ ଗତକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ହୋଇଥିବା ବୈଠକରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ଜଣାଇଥିଲେ। ବହୁ ରାଜ୍ୟ ମଧ୍ୟ କରୋନା ସ୍ଥିତିକୁ ଦେଖି ନିଜ ନିଜ ରାଜ୍ୟରେ ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରିସାରିଛନ୍ତି।

Comments are closed.