EPF ଭରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶର ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିବାବେଳେ ଏଥିରେ ସୁଧାର ଆଣିବା ଲାଗି ଗତକାଲି ପ୍ରଧାମନ୍ତ୍ରୀ ଆତ୍ମନିର୍ଭର ଅଭିଯାନର ଘୋଷଣା କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି।
ଆଉ ୩ ମାସ ପାଇଁ EPF ଭରିବେ କେନ୍ଦ୍ର ସରକାର। ଜୁନ୍, ଜୁଲାଇ ଓ ଅଗଷ୍ଟ ମାସ ପାଇଁ ଇପିଏଫ୍ ଭରିବେ ସରକାର। କର୍ମଚାରୀଙ୍କ ୧୨% ଓ ନିଯୁକ୍ତିଦାତାଙ୍କ ୧୨% କେନ୍ଦ୍ର ସରକାର ଦେବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହାଦ୍ୱାରା ୩.୬୭ ଲକ୍ଷ ନିଯୁକ୍ତିଦାତା ଓ ୭୨.୨୨ ଲକ୍ଷ କର୍ମଚାରୀ ଲାଭ ପାଇବେ। ପୂର୍ବରୁ ମାର୍ଚ୍ଚ, ଏପ୍ରିଲ୍, ମେ ମାସରେ ଇପିଏଫ୍ ଭରିବାକୁ ଘୋଷଣା ହୋଇଥିଲା।
ଅଣ ବ୍ୟାଙ୍କିଙ୍ଗ୍ ଅର୍ଥ ଲଗାଣକାରୀ ସଂସ୍ଥା ପାଇଁ ପ୍ୟାକେଜ୍ ଘୋଷଣା। ହାଉସିଂ ଫାଇନାନ୍ସ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥା ପାଇଁ ଅର୍ଥ ଘୋଷଣା କଲେ ଅର୍ଥମନ୍ତ୍ରୀ। ଏହିସବୁ ବର୍ଗ ପାଇଁ ୩୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା।
ସରକାରୀ ଠିକାଦାରଙ୍କୁ ଆଉ କିଛି ମହଲତ ଦେଲେ କେନ୍ଦ୍ର ସରକାର। ବାକି ପଡ଼ିଥିବା ବିଭିନ୍ନ ପ୍ରକଳ୍ପର କାମ ସାରିବା ପାଇଁ ଆଉ ୬ ମାସ ସମୟ ଦେଲେ ସରକାର। ସର୍ବନିମ୍ନ ସମୟସୀମା ୩ ମାସରୁ ସର୍ବାଧିକ ୬ ମାସ ବଢ଼ାଇଲେ। ଏଥିସହିତ ୨୫% ଟିଡିଏସ୍ ହ୍ରାସ ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ଟିକସ ଦାତାଙ୍କୁ ୫୦ ହଜାର କୋଟିର ଲାଭ ହେବ।
ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ନେଇ ମଧ୍ୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଜୁଲାଇ ୩୧ ଓ ଅକ୍ଟୋବର ୩୧ରେ ସରୁଥିବା ରିଟର୍ଣ୍ଣ ଅବଦ୍ଧିକୁ ନଭେମ୍ବର ୩୦କୁ ବୃଦ୍ଧି କରିଛନ୍ତି। ଏଥିସହିତ ଟ୍ୟାକ୍ସ ଏଡିଟ୍କୁ ମଧ୍ୟ ଅକ୍ଟୋବର ୩୧କୁ ଘୁଞ୍ଚାଇ ଦେଇଛନ୍ତି। ସେହିଭଳି ଟ୍ୟାକ୍ସ ଆସେସ୍ମେଣ୍ଟ ତାରିଖ ସେପ୍ଟେମ୍ବର ୩୦ରୁ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି।
ରିୟଲ୍ ଇଷ୍ଟେଟ୍ ବିଭାଗ ପ୍ରତି ମଧ୍ୟ ଦୃଷ୍ଟି ଦେଇ ପ୍ୟାକେଜ୍ରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ରେଜିଷ୍ଟ୍ରେସନ୍ ଓ କାର୍ଯ୍ୟ ସମାପନ ପାଇଁ ୬ ମାସ ସମୟ ବୃଦ୍ଧି କରାଯାଇଛି।