Odisha Link
Bridging the Missing Links in Odisha

ନିର୍ମଳାଙ୍କ ଋଣ ପେଡ଼ି: କ୍ଷୁଦ୍ର ଚାଷୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଗତକାଲି ପ୍ରଥମ ପର୍ଯ୍ୟାରେ MSME ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ। ଗତକାଲି ଭଳି ଆଜି ମଧ୍ୟ ଅପରାହ୍ନ ୪ଟା ସମୟରେ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୨ୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀଙ୍କ ପରେ କ୍ଷୁଦ୍ର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜିର ଘୋଷଣାରେ ୨୫ ଲକ୍ଷ ନୂଆ କିଷାନ କାର୍ଡଧାରୀଙ୍କୁ ୨୫ ହଜାର କୋଟିର ଋଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେହିଭଳି ଟାଷୀଙ୍କ ପାଇଁ ୩ କୋଟି ଚାଷୀଙ୍କୁ ୪.୨ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବା ସହିତ କୃଷି ଋଣ ପରିଶୋଧ ଅବଧିକୁ ୩୧ ମେ’ କୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଏଥିସହିତ ମାର୍ଚ୍ଚ ଓ ଏପ୍ରିଲରେ ୬୩ ଲକ୍ଷ ଚାଷୀଙ୍କୁ ଋଣ ଦିଆଯାଇଛି, ୬୩ ଲକ୍ଷ ଚାଷୀଙ୍କୁ ମୋଟ ପ୍ରାୟ ୮୬୬୦୦ କୋଟି ଋଣ ମିଳିଛି।

ରବି ଚାଷ ଅମଳ ପରବର୍ତ୍ତୀ ସହାୟତା ପାଇଁ ରାଜ୍ୟମାନଙ୍କୁ ତୁରନ୍ତ ୩୦ ହଜାର କୋଟି ଯୋଗାଣ ନେଇ ଘୋଷଣା ହୋଇଛି। ଏଥିରୁ ୩ କୋଟି ଚାଷୀଙ୍କୁ ଲାଭ ମିଳିବ। ଅଢ଼େଇ କୋଟି ଚାଷୀଙ୍କୁ ୨ ଲକ୍ଷ କୋଟିର ରହାତି ଋଣ ମିଳିବ। ଗୋପାଳନ ଓ ମାଛ ଚାଷୀଙ୍କୁ କାଷାନ କ୍ରେଡିଟ୍ କାର୍ଡ ମିଳିବ।

Comments are closed.