Odisha Link
Bridging the Missing Links in Odisha

ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଗତକାଲି ପ୍ରଥମ ପର୍ଯ୍ୟାରେ MSME ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ। ଗତକାଲି ଭଳି ଆଜି ମଧ୍ୟ ଅପରାହ୍ନ ୪ଟା ସମୟରେ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୨ୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ରାସ୍ତାକଡ ଦୋକାନୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଉଠା ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା। ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ରାସ୍ତାକଡ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଟଙ୍କା ଘୋଷଣା ହୋଇଛି। ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଫାଇଦା ମିଳିବ। ସେମାନେ ସେହି ଟଙ୍କାରେ ନିଜ କାମ ଆରମ୍ଭ କରିପାରିବେ। ତେବେ ଲକଡାଉନ ପାଇଁ ପ୍ରଭାବିତ ହୋଇଥିବା ରାସ୍ତାକଡ ଦୋକାନୀମାନଙ୍କୁ ମାସେ ଭିତରେ ଏହି ଫାଇଦା ଯୋଗାଇ ଦିଆଯିବ। ତେବେ ମୋଟ ୫୦ ଲକ୍ଷ ରାସ୍ତାକଡ ଦୋକାନୀ ଏଥିରେ ଲାଭବାନ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଏଥିସହିତ ଶ୍ରମିକଙ୍କୁ ମାଗଣା ରାସନ ବି ଦେବେ କେନ୍ଦ୍ର ସରକାର। ଆଗାମୀ ଆଉ ୨ ମାସ ଯାଏଁ ଶ୍ରମିକଙ୍କୁ ମାଗଣାରେ ଦିଆଯିବ ରାସନ। କାର୍ଡ ନଥିଲେ ବି ସେମାନଙ୍କୁ ମାଗଣାରେ ରାସନ ମିଳିବ। ୫ କିଲୋ ଚାଉଳ, ୫ କିଲୋ ଗହମ ଏବଂ ୧ କିଲୋ ଡାଳି ମାଗଣାରେ କେନ୍ଦ୍ର ସରକାର ଯୋଗାଇ ଦେବେ। ତେବେ ମାଗଣା ରାସନ ପାଇଁ ୩୫୦୦ କୋଟି ଘୋଷଣା କରାଯାଇଥିବା ବେଳେ ଏଥିପାଇଁ ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ଫାଇଦା ମିଳିବ।

ସେହିପରି ସହରୀ ଗରିବଙ୍କ ପାଇଁ ୧୧ ହଜାର କୋଟି ଟଙ୍କା ଘୋଷଣା। ସହରୀ ଗରିବଙ୍କୁ ଦିନକୁ ୩ ଥର ଖାଇବା ଦିଆଯାଉଛି। ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି।

Comments are closed.