Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପହଁଞ୍ଚିଲେ ଦୁବାଇ ଫେରନ୍ତା ପ୍ରବାସୀ ଓଡ଼ିଆ

ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିଲେ ଦୁବାଇରୁ ଆସିଥିବା ପ୍ରବାସୀ ଓଡ଼ିଆ। ଦୁବାଇରୁ ପ୍ରାୟ ଦେଢ଼ ଶହ ଯାତ୍ରୀଙ୍କୁ ନେଇ ଫେରିଛି ଏହି ଫ୍ଲାଇଟ୍‌। ଭୁବନେଶ୍ବର ବିମାନ ବନ୍ଦରରେ ପ୍ରବାସୀ ଓଡ଼ିଆ ପହଁଞ୍ଚିବା ପରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର।

ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ପ୍ରବାସୀ ଭାରତୀୟଙ୍କୁ ନେଇ ଦୁବାଇରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଆଜି ଭୁବନେଶ୍ବରରେ ପହଁଞ୍ଚିଛି।

 

Comments are closed.