Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରଥମ ଥର ପାଇଁ କଏଦୀଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ପୁରୀ ଜିଲ୍ଲାର। କିଛି ଦିନ ତଳେ ଗିରଫ କରିଥିଲା କୁମ୍ଭାରପଡ଼ା ଥାନା। କଏଦୀ ଜଣକ କରୋନା ପଜିଟିଜ ଚିହ୍ନଟ ହେବା ପରେ ଥାନାର ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଥିବା ସୂଚନା ମିଳିଛି।

ଏଥିସହିତ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନାକୁ ଖାଲି କଲା ଜିଲ୍ଲା ପ୍ରଶାସନ। କ୍ବାରେଣ୍ଟାଇନ୍‌ରେ ରହିଲେ ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀ।

Comments are closed.