Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌ ୪: କ’ଣ ବନ୍ଦ, କ’ଣ ଖୋଲା ଜାଣନ୍ତୁ

ନୂଆଦିଲ୍ଲୀ: ତୃତୀୟ ପାଳି ଲକ୍‌ଡାଉନ୍‌ ଆଜି ସମାପ୍ତ ହେଉଥିବା ବେଳେ ଏହାକୁ ପୁଣି ଆଉ ୧୪ ଦିନ ପାଇଁ ପରିବର୍ଦ୍ଧିତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆସନ୍ତାକାଲି ଠାରୁ ମେ’ ୩୧ ତାରିଖ ଯାଏଁ ୪ର୍ଥ ପାଳଇ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ କିଛି କଟକଣାକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏହା ଭିନ୍ନ ଅନ୍ୟ କେତେକ କଟକଣା ଉପରେ ରାଜ୍ୟଗୁଡ଼ିକୁ ନିଷ୍ପତ୍ତି ନେବାଲାଗି ଅଧିକାର ଦିଆଯାଇଛି। ସେହିପରି ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ପାଇଁ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯାଇଛି।

ବନ୍ଦ ରହିବ
୧.) ଯାତ୍ରୀବାହୀ ଅନ୍ତର୍ଜାତୀୟ ଓ ଅନ୍ତର୍ଦେଶୀୟ ବିମାନ ଚଳାଚଳ, ମେଟ୍ରୋ ଚଳାଚଳ ବନ୍ଦ ରହିବ
୨.) ସ୍କୁଲ, କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ପ୍ରତିଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ
୩.) ସର୍ବସାଧାରଣଙ୍କ ପାଇଁ ହୋଟେଲ ଓ ରେସ୍ତୋରାଁ ବନ୍ଦ ରହିବ। ତେବେ ଏସବୁ ସ୍ଥାନରେ ହୋମ ଡେଲିଭରୀ ପାଇଁ ରୋଷଶାଳା ଚାଲୁ ରହିବ।
୪.) ସିନେମା ହଲ, ସପିଂ ମଳ‌, ଜିମ୍ନାସିଅମ୍, ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ ପାର୍କ, ଥିଏଟର, ବାର୍, ଅଡିଟୋରିଅମ୍, ସଭାଗୃହ ବନ୍ଦ ରହିବ। କ୍ରୀଡ଼ାଙ୍ଗନ ଓ ଷ୍ଟାଡିଅମ୍‌ ଖୋଲା ରହିବ, ତେବେ ଦର୍ଶକଙ୍କ ପ୍ରବେଶ ନିଷେଧ।
୫.) ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ, ଶୈକ୍ଷିକ, ଆମୋଦପ୍ରମୋଦ ଓ ଧାର୍ମିକ ସଭା ବନ୍ଦ ରହିବ।
୬.) ସମସ୍ତ ଧାର୍ମିକ ପୂଜା ସ୍ଥଳୀ ବନ୍ଦ ରହିବ।

ଖୋଲା ରହିବ (ଆବଦ୍ଧାଞ୍ଚଳ ଭିନ୍ନ)
୧.) ଉଭୟ ରାଜ୍ୟ ରାଜି ହେଲେ ଆନ୍ତଃ-ରାଜ୍ୟ ବସ ଚଳାଚଳ ହୋଇପାରିବ।
୨.) ରାଜ୍ୟମାନେ ଚାହିଁଲେ ରାଜ୍ୟ ଭିତରେ ବସ୍‌ ଓ ଯାତ୍ରୀବାହୀ ଯାନ ଚଳାଚଳ କରିପାରିବେ।
୩.) ନିୟମ ମାନି ସାଧାରଣ ନାଗରିକ ଘରୁ ବାହାରି ପାରିବେ ଓ ଚଳପ୍ରଚଳ କରିପାରିବେ।

ରାଜ୍ୟକୁ ନିର୍ଦ୍ଦେଶ
୧.) ଗୃହ ମନ୍ତ୍ରାଳୟର ନିର୍ଦ୍ଧାରଣ ନୀତି ମାନି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ନିଜେ ରେଡ୍, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ ଘୋଷଣା କରିପାରିବେ।
୨.) ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଘୋଷଣା କରିପାରିବେ।
୩.) ଚିକିତ୍ସା ଓ ଜରୁରୀ ଉପକରଣ ଛଡ଼ା କଣ୍ଟେନମେଣ୍ଟ ଜୋନ୍‌ ଭିତରକୁ କେହି ଆସିବେନାହିଁ ଓ ବାହାରକୁ କେହି ଯିବେନାହିଁ।
୪.) କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ ଦ୍ରୁତ କରାଯିବ ଓ ପ୍ରତି ଘର ଉପରେ ନଜର ରଖାଯିବ।
୫.) ରାତିରେ କର୍ଫ୍ୟୁ ରହିବ। ଏ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ। କର୍ଫ୍ୟୁରେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ବାହାରକୁ ବାହାରିବା ନିଷିଦ୍ଧ କରାଯିବ।
୬.) ବୟସ୍କ (୬୫ ବର୍ଷରୁ ଅଧିକ), ରୋଗୀ, ଗର୍ଭବତୀ, ଅନ୍ୟ ଚଲାବୁଲା ପାଇଁ ଉପରେ ନିର୍ଭରଶୀଳ ଓ ୧୦ ବର୍ଷରୁ କମ ବୟସର ଶିଶୁ ଜରୁରୀ ବା ସ୍ବାସ୍ଥ୍ୟ ଜନିତ ଆବଶ୍ୟକତା ନ ଥିଲେ ଘରୁ ବାହାରିବେ ନାହିଁ।
୭.) ଜନତାଙ୍କୁ ଆରୋଗ୍ୟ ସେତୁ ବ୍ୟବହାର ପାଇଁ ଉତ୍ସାହିତ କରାଯିବ। ସମସ୍ତ କର୍ମଜୀବୀ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବେ। ଏ ନେଇ ଜିଲ୍ଲା ପ୍ରଶାସନ ଲୋକଙ୍କୁ ପରାମର୍ଶ ଦେବେ।

Comments are closed.