Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌-୪: ମେ ୩୧ ଯାଏଁ ବଢ଼ିବ ଅବଧି!

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ୪ର୍ଥ ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି। ମେ ୩୧ ଯାଏ‌ ଲକ୍‌ଡାଉନ୍‌ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଲକ୍‌ଡାଉନ୍‌ର ୪ର୍ଥ ପର୍ଯ୍ୟାୟ ମେ ୧୮ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ପୂର୍ବପରି ବଳବତ୍ତର ରହିବ। ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ସୁଦ୍ଧା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି।

ପୂର୍ବରୁ ୪ଟି ରାଜ୍ୟ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି। ମିଜୋରାମ, ତାମିଲନାଡ଼ୁ, ପଞ୍ଜାବ ଓ ମହାରାଷ୍ଟ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି।

Comments are closed.